ବିପିସିଏଲ ଗ୍ୟାସ୍‌ ପାଇପ୍ ଲାଇନ ମରାମତି ବେଳେ ଲିକ୍‌; ଶ୍ରମିକ ମୃତ

add-all

ପାରାଦୀପ: ବିପିସିଏଲ ଗ୍ୟାସ୍‌ ପାଇପ୍ ଲାଇନ ମରାମତି ବେଳେ ଲିକ୍‌। ଏହି ଘଟଣାରେ ଜଣେ ଶ୍ରମିକ ମୃତ। କଟକ-ପାରାଦୀପ ରାସ୍ତାର ତାଳଦଣ୍ଡାଠାରେ ବିପିସିଏଲ ଗ୍ୟାସ୍‌ ପାଇପ୍‌ ଲାଇନ ମରାମତି ବେଳେ ଏକ ଅଘଟଣ ଘଟିଛି। ଜଣେ ଶ୍ରମିକ ମରାମତି କାମ କରୁଥିବାବେଳେ ମାଟି ତଳେ ଚାପି ହୋଇ ତାଙ୍କ ଜୀବନ ଯାଇଛି। ଏହି ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଥିଲା।

ମାଟି ତଳ ସମ୍ପ୍‌ରୁ ୨ ଘଣ୍ଟା ପରେ ଶ୍ରମିକଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ ଗ୍ୟାସ୍‌ ଲିକ୍‌ ହେଉଥିବା ସୂଚନା ମିଳିଥିବାବେଳେ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ ପୋଲିସ ଉପସ୍ଥିତ ରହି ମାଟି ତଳୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା।

ଏହି ଘଟଣାରେ କଟକ ପାରାଦୀପ ରାସ୍ତା ବନ୍ଦ ରହିଛି। ଗ୍ୟାସ୍‌ ଲିକ୍‌ ହେଉଥିବାରୁ ରାସ୍ତାର ଉଭୟ ପାର୍ଶ୍ୱକୁ ବନ୍ଦ କଲା ପୋଲିସ। କଟକ-ପାରାଦୀପ ରାସ୍ତାର ତାଳଦଣ୍ଡାରେ ମରାମତି ବେଳେ ଏହି ଅଘଟଣ ଘିଟିଛି। ଏବେବି ଘଟଣାସ୍ଥଳରେ ବିପଦ ରହିଛି ବୋଲି କହିଲେ ନିୟନ୍ତ୍ରଣ କରୁଥିବା ଅଗ୍ନିଶମ କର୍ମଚାରୀ।

ad-week
Leave A Reply

Your email address will not be published.