ଆମ ସାହସୀ ସୈନିକଙ୍କ ବୀରତା, ସଂକଳ୍ପ ଓ ବଳିଦାନକୁ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ

add-all

ନୂଆଦିଲ୍ଲୀ : ଆଜି ସଶସ୍ତ୍ର ବାହିନୀ ପତାକା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହା ଆମର ସାହସୀ ସୈନିକମାନଙ୍କ ବୀରତ୍ୱ, ସଂକଳ୍ପ ଏବଂ ବଳିଦାନକୁ ସ୍ମରଣ କରିବାର ସମୟ। ସଶସ୍ତ୍ର ବାହିନୀ ପତାକା ଦିବସ ପାଣ୍ଠିରେ ଯୋଗଦାନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀ ମୋଦୀ ଲେଖିଛନ୍ତି,’ସଶସ୍ତ୍ର ବାହିନୀ ପତାକା ଦିବସ ଆମ ସାହସୀ ସୈନିକଙ୍କ ବୀରତ୍ୱ, ସଂକଳ୍ପ ଏବଂ ବଳିଦାନକୁ ସ୍ମରଣ କରିବାର ଦିନ। ସେମାନଙ୍କ ସାହସିକତା ଆମକୁ ପ୍ରେରଣା ଦେଇଥାଏ, ସେମାନଙ୍କ ବଳିଦାନ ଆମକୁ ନମ୍ର କରିଥାଏ ଏବଂ ସେମାନଙ୍କର ସମର୍ପଣ ଆମକୁ ସୁରକ୍ଷିତ ରଖିଥାଏ। ଆସନ୍ତୁ ସଶସ୍ତ୍ର ବାହିନୀ ପତାକା ଦିବସ ପାଣ୍ଠିରେ ମଧ୍ୟ ଯୋଗଦାନ କରିବା।

ad-week
Leave A Reply

Your email address will not be published.