ଶ୍ରମିକମାନଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଉଛି ବିଜେଡି- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

add-all

ଭୁବନେଶ୍ବର : ଶ୍ରମିକଙ୍କ ଉନ୍ନତି ପାଇଁ ବିଜୁ ବାବୁଙ୍କ ଠାରୁ ଆରମ୍ଭ କରି ବିଜେଡି ସରକାର ସର୍ବଦା କାମ କରୁଥିଲା। ଶ୍ରମିକମାନଙ୍କ ହକ୍‌ ପାଇଁ ଲଢେଇ କରିବ ବିଜୁ ଜନତା ଦଳ। ଶ୍ରମିକମାନଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଉଛି ବିଜେଡି। ଶନିବାର ବିଜୁ ଶ୍ରମିକ ସାମୁଖ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଉଦବୋଧନ ଦେଇ ଏପରି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ଶ୍ରମିକ ମାନଙ୍କ ସହ ସବୁବେଳେ ଥିଲି ଓ ଶେଷ ପର୍ଯ୍ୟନ୍ତ ରହିବି। ଶ୍ରମିକମାନେ ଗୋଟିଏ ରାଷ୍ଟ୍ରର ସବୁଠୁ ବଡ଼ ଶକ୍ତି। ସେମାନଙ୍କ ତ୍ୟାଗ ଓ ପରିଶ୍ରମ ଦେଶକୁ ସମୃଦ୍ଧ କରିଥାଏ। ବିକାଶ ଓ ସମୃଦ୍ଧିର ପ୍ରତି କ୍ଷେତ୍ରରେ ଶ୍ରମିକଙ୍କ ବିଶେଷ ଅବଦାନ ରହିଛି। ସେମାନଙ୍କ ଅବଦାନକୁ ସେ ସମ୍ମାନ ଜଣାଇଛନ୍ତି। ବିଜୁ ବାବୁ ୧୯୯୦ରେ ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି କରି ଇତିହାସ ସୃଷ୍ଟି କରିଥିଲେ। ବିଜୁ ଜନତା ଦଳ ସରକାର ସମୟରେ ଶ୍ରମିକଙ୍କର କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ନିର୍ମାଣ ଶ୍ରମିକଙ୍କଠାରୁ ଆରମ୍ଭ କରି କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ କ୍ଷେତ୍ରରେ ବିଜେଡି ସରକାର ନୂଆ ଯୁଗ ଆରମ୍ଭ କରିଥିଲା।

ad-week
Leave A Reply

Your email address will not be published.