ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ / ଝରୀଗାଁ,ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ,ଧୋଡ୍ରା ଠାରେ ସ୍କୁଲ କଲେଜ ମିଳିତ ମଞ୍ଚ, ନବରଙ୍ଗପୁରର କନଭେନସନ ଜିଲ୍ଲା ସଭାପତି ଶ୍ରୀ ବଂଶୀଧର ଭୂୟାଁ ଙ୍କ ସଭାପତିତ୍ୱ ରେ ଆଜି ୦୭/୧୨/୨୦୨୪ ରିଖ ଏକ ବୈଠଜ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମିଳିତ ମଞ୍ଚ ତରଫରୁ ରାଜଧାନୀ ଭୁବନେଶ୍ୱର ଠାରେ ଆଗାମୀ ୧୦ ତାରିଖରେ ଆୟୋଜିତ ହୋଇଥିବା ଆନ୍ଦୋଳନ ରେ ବ୍ଲକ ଓ ଜିଲ୍ଲାରୁ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଭାଗ ନେବା ପାଇଁ ସଜବାଜ ହେବା ପାଇଁ ପ୍ରସ୍ତୁତି ବୈଠକ ଏହାର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିଲା l
.ଅନୁଦାନ ଯୋଗ୍ୟ ୧୯୪ ବିଦ୍ୟାଳୟ କୁ ଅନୁଦାନ,ବାଦ ପଡ଼ିଥିବା ସ୍କୁଲ କୁ ଅନୁଦାନ,ଅବସର ନେଇଥିବା ଶିକ୍ଷକଙ୍କୁ ପେନସନ,ହିନ୍ଦୀ, ସଂସ୍କୃତ, ଖେଳ, କିରାଣୀ ମାନଙ୍କ ଦରମା ଅସଂଗତି ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା | ସମ୍ପାଦକ ଶ୍ରୀ ମିହିରକାନ୍ତି ଢ଼ାଲି ଙ୍କ ନେତୃତ୍ୱରେ ବ୍ଲକ ଓ ଜିଲାରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆନ୍ଦୋଳନ ରେ ଯୋଗ ଦେବାପାଇଁ ଉତ୍ସୁକତା ଦେଖା ଦେବା ପରିଲୋକ୍ଷିତ।
ଏଥିରେ ରାଜ୍ୟ ଉପ ସଭାପତି ଅରୁଣ କୁମାର ବଳ, ରାଜ୍ୟ ଇ ସି,ସଭ୍ୟ ଦୁଲାଲ ବାରୋଇ, ବ୍ଲକ କର୍ମକର୍ତ୍ତା ନଗେନ୍ଦ୍ର ରାଉତ, ଅଜୟ ନନ୍ଦ, ଶ୍ରୀନିବାସ ମହାରଣା, ଗୌତମ ବେହେରା, ପ୍ରଭାତ ନାୟକ, ଅନ୍ତର୍ଯ୍ୟାମୀ ବେହେରା, ଧୀରେନ୍ଦ୍ର ନାଥ ରାଉତ ସହ ପ୍ରମୁଖ ବିଶିଷ୍ଟ ବିଶିଷ୍ଟ ଶିକ୍ଷକ ନେତା ଯୋଗ ଦେଇଥିଲେ। ନୂଆ ସରକାର ରାଜ୍ୟରେ ଗଠନ ହେବା ପରେ ନାର୍ଯ୍ୟ ଦାବୀ ହାସଲ କରିବା ନିମନ୍ତେ ପ୍ରଥମଥର ପାଇଁ ଏହି ଭଳି ଏକ ବଡ଼ ଧରଣର ଆନ୍ଦୋଳନର ସ୍ୱର ମୁଣ୍ଡ ଟେକିଥିବାରୁ ସମସ୍ତେ ଯୋଗ ଦେବା ପାଇଁ ଇଛୁକ ପ୍ରକାଶ କରି ଆଗଭର ହୋଇଛନ୍ତି |
