ଭୁବନେଶ୍ୱର/ ଛତ୍ରପୁର : ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ପକ୍ଷରୁ ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ନରେନ୍ଦ୍ରପୁର ହାଇସ୍କୁଲ ବିଲ୍ଡିଂର ନବୀକରଣ କରାଯାଇଛି। ଗତ ବାତ୍ୟାରେ ବିଦ୍ୟାଳୟର କୋଠା ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ସ୍କୁଲରେ ପାଠ ପଢୁଥିବା ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୩୦ ଛାତ୍ରଛାତ୍ରୀ ଯେପରି ସୁରକ୍ଷିତ ଗୃହରେ ପାଠ ପଢିବେ, ସେ ନେଇ ବିପଦସଙ୍କୁଳ ଗୃହର ପୁନରୁଦ୍ଧାର କରିଛି ଟାଟା ଷ୍ଟିଲ ଫାଉଣ୍ଡେସନ। କ୍ଷତିଗ୍ରସ୍ତ ଶ୍ରେଣୀଗୃହର କବାଟ, ଝରକା ଓ ଚଟାଣର ମରାମତି କରାଯାଇଛି। କୋଠାକୁ ପାଣିପାଗ ପ୍ରତିରୋଧୀ ପେଣ୍ଟରେ ରଙ୍ଗ କରାଯିବା ସହ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଏହାର ବିଦ୍ୟୁତ ବ୍ୟବସ୍ଥାରେ ଉନ୍ନତି କରାଯାଇଛି ।
ବିଲ୍ଡିଂ ଉଦଘାଟନୀ ସମାରୋହରେ ଟାଟା ଷ୍ଟିଲ ସ୍ପେସିଆଲ ଇକୋନୋମିକ ଜୋନ (ଟିଏସଏସଇଜେଡ)ର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାୟକ ଓ ଓଡ଼ିଶା ସିଏସଆର ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ ଯୋଗଦେଇ ଥିଲେ। ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସଭିଁଙ୍କ ପାଖରେ ସମାନ ଭାବରେ ପହଞ୍ଚାଇବା ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଏହି ପୁନରୁଦ୍ଧାର ଅଭିଯାନ କେବଳ ଭିତିଭୂମିର ଏକ ପୁନର୍ଗଠନ ନୁହେଁ। ଏହା ହେଉଛି ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରର ଆଶା ଓ ବିଶ୍ୱାସର ପୁନରୁଦ୍ଧାର କରିବା। ଏଭଳି ପଦକ୍ଷେପ ସେମାନଙ୍କ ସମୁଦାୟକୁ ସଶକ୍ତ କରିବା ସହ ଶିକ୍ଷା ଜାରି ରଖିବାକୁ ପ୍ରୋତ୍ସାହିତ କରିବା ବୋଲି ଟିଏସଏସଇଜେଡ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନାୟକ କହିଛନ୍ତି।
