ମାଓବାଦୀ ନାମରେ ଟଙ୍କା ଆଦାୟକରି ୫ ଜଣ ଗିରଫ

youtube

ଗୋଟିଏ ବନ୍ଧୁକ, ମୋବାଇଲ ଜବତ
ମାଲକାନଗିରି ଚିତ୍ରକୋଣ୍ଡା : ମାଓବାଦୀ ନାମରେ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଚିତ୍ରକୋଣ୍ଡା ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏହି ନେଇ ମାଲକାନଗିରି ଡିଏସପି ଲକ୍ଷ୍ମୀଧର ସ୍ୱାଇଁ ଓ ଚିତ୍ରକୋଣ୍ଡା ଆଇଆଇସି ମୁକୁନ୍ଦ ମେଳକା ମିଳିତ ପ୍ରେସ କନଫରେନ୍ସ ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଡ଼ପଦର ପଞ୍ଚାୟତର ନାଏବ ସରପଞ୍ଚ ଭକ୍ତରାମ ଶୀଶା ଚିତ୍ରକୋଣ୍ଡା ଥାନାରେ ଏହି ମାସ ୩ ତାରିଖରେ ଅଭିଯୋଗ କରିଥିଲେ।ଏହାପରେ ଚିତ୍ରକୋଣ୍ଡା ପୋଲିସ ଏହା ଉପରେ ପଦକ୍ଷେପ ନେଇ ଭକ୍ତରାମ ଙ୍କ ଅଭିଯୋଗ ଆଧାରରେ ମନ ପାଙ୍ଗି (୪୬), ଏମ ନାରାୟଣ((୩୧),ଜଗୁ ହନ୍ତାଳ(୫୨),ବିନୋଦ ଜେନା(୩୧),ଉମାକାନ୍ତ ମାଧେଭି(୨୫) ପାଞ୍ଚ ଜଣ ଙ୍କୁ ଥାନାକୁ ଆଣିଥିଲା।ସେମାନଙ୍କୁ ପଚରା ଉଚରା ପରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା।ଏହି ପାଞ୍ଚଜଣଙ୍କ ମଧ୍ୟରୁ ତିନିଜଣ ବଡ଼ପଦର ଅଞ୍ଚଳର ସ୍ଥାନୀୟ ଲୋକ ଏବଂ ଆଉ ଦୁଇଜଣ ମାଲକାନଗିରି ର ଅଟନ୍ତି।ଏହି ପାଞ୍ଚ ଜଣ ମିଶି ଲୋକଙ୍କ ଠାରୁ ମାଓବାଦୀ ନାମରେ ଟଙ୍କା ଆଦାୟ, ଶୋଷଣ ଓ ପ୍ରଜକୋର୍ଟ ରେ ଜୀବନ ରେ ମାରିଦେବାକୁ ଦମକ ଦେଇ ଭୟଭୀତ କରିଥିଲେ।ନାୟବ ସରପଞ୍ଚ ଓ ଜଣେ ସାମ୍ବାଦିକ ଙ୍କୁ ପ୍ରୋଜାକୋର୍ଟ ରେ ଡାକି ଜୀବନ ମାରିଦେବାକୁ ଧମକ ଦେଇଥିଲେ।ଆଜି ଏହି ପାଞ୍ଚ ନକଲି ମାଓବାଦୀଙ୍କୁ ଚିତ୍ରକୋଣ୍ଡା ପୋଲିସ ଗିରଫ କରିଛି ଓ ତାଙ୍କଠାରୁ ଏକ ବନ୍ଧୁକ, ମାଓବାଦୀ ଚିଠି, ତିନୋଟି ମୋବାଇଲ ଜବତ କରି ଚିତ୍ରକୋଣ୍ଡା ଥାନାରେ କେଶ ନମ୍ବର ୨୦୪/୨୪ ଅନୁଯାୟୀ କେସ ରୁଜୁ କରି କୋର୍ଟ ଚାଲାଣକରିଛି।

Leave A Reply

Your email address will not be published.