ଟାଟା କମ୍ପାନୀରେ ଚାକିରୀ ଠକେଇ ମାମଲାରେ ସାଂସଦ ଡଃ. ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଆସ୍ୱସ୍ତି

add-all

ଟାଟା କମ୍ପାନୀରେ ଚାକିରୀ ଠକେଇ ମାମଲାରେ ସାଂସଦ ଡଃ. ପ୍ରଦୀପ ପାଣିଗ୍ରାହୀ ଙ୍କୁ ମିଳିଲା ଆସ୍ୱସ୍ତି।

ବ୍ରହ୍ମପୁର : ଟାଟା କମ୍ପାନୀରେ ଚାକିରୀ କରେଇବା ନାଁରେ ପ୍ରଦୀପ ପାଣିଗ୍ରାହୀ ଲକ୍ଷାଧିକ ଟଙ୍କା ଠକି ନେବା ଘଟଣା, ବ୍ରହ୍ମପୁର ଜେ ଏମ ଏଫ ସି (ଗ୍ରାମଞ୍ଚଜ)ସ୍ୱତନ୍ତ୍ର ବିଧାୟକ, ସାଂସଦ ଅଦାଲତରେ ହଜାର ହେଲେ ଦୁଇଜଣ ଅଭିଯୋଗକାରୀଙ୍କ ସହ ସାଂସଦ ପ୍ରଦୀପ ପାଣିଗ୍ରାହୀ ଘଟଣା ସମ୍ପୂର୍ଣ ମିଛ ବୋଲି କହିଲେ ଦୁଇ ଅଭିଯୋଗକାରୀ।ପୂର୍ବତନ ଗୋପାଳପୁର ବିଧାୟକ ତଥା ବର୍ତ୍ତମାନ ବ୍ରହ୍ମପୁର ସାଂସଦ ନାମରେ ୨୦୨୦ ଏବଂ ୨୦୨୧ ମସିହାରେ ଟାଟା କମ୍ପାନୀରେ ଚାକିରୀ କରେଇଦେବା ନାମରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଗୋଳନ୍ଥରା ଥାନା ଏବଂ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଥିଲା।ଆଜି ଗୋଳନ୍ଥରା ଥାନା ମାମଲା ଜିଆର ନମ୍ବର୨୨୨୫/୨୦ଏବଂ ୬୨/୨୧ ର ବିଚାରଣା ଆରମ୍ଭ ହୋଇଥିଲା।ଜିଆର ନମ୍ବର୨୨୨୫/୨୦ ଅଭିଯୋଗକାରୀ ଲକ୍ଷ୍ମୀଧର ନାୟକ ତାଙ୍କ ପୁଆଙ୍କୁ ଚାକିରୀ ଦେବା ପାଇଁ ୬ଲକ୍ଷ ଟଙ୍କା ଠକି ନେଇଥିବା ଏବଂ ଜିଆର ନମ୍ବର୨୨୨୫/୨୦ କେଳୁଆପଲ୍ଲୀ ରପ୍ରଭାତ ନାୟକ ତାଙ୍କ ଭାଇଙ୍କୁ ଚାକିରୀ କରେଇଦେବା ପାଇଁ ୫ଲକ୍ଷ ଟଙ୍କା ପ୍ରଦୀପ ପାଣିଗ୍ରାହୀଙ୍କୁ ଦେଇଥିବା ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ।ଆଜି ସାଂସଦଙ୍କ ବିରୁଦ୍ଧରେ ଆସିଥିବା ଦୁଇ ଅଭିଯୋଗର ଶୁଣାଣି ଆରମ୍ଭ ହୋଇଥିଲା।ତେବେ ଏହା କିଛି ବରିଷ୍ଠ ପୋଲିସ ଅଧିକାରୀ ଏବଂ ବରିଷ୍ଠ ବିଜେଡି ନେତାଙ୍କ ଚାପରେ ମାମଲା ରୁଜୁ କରିଥିବା ନେଇ ଦୁଇ ଅଭିଯୋଗକାରୀ ବୟାନ ଦେଇଥିଲେ। ଏହି ମାମଲାରେ କୌଣସି ସତ୍ୟାସତ୍ୟ ନ ଥିବା ଏବଂ ମିଛ ବୋଲି କହିଲେ ପ୍ରଦୀପଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି ।ଏହା ପରେ ବ୍ରହ୍ମପୁର ସାଂସଦଙ୍କୁ ଆସ୍ବସ୍ତି ମିଳିଛି।

ad-week
Leave A Reply

Your email address will not be published.