କେନ୍ଦ୍ର ଗଣ ଶିକ୍ଷାମନ୍ତ୍ରୀଙ୍କ ଦିନିକିଆ କନ୍ଧମାଳ ଗସ୍ତ :ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ଓ ପରିଦର୍ଶନ

Independence

କନ୍ଧମାଳ : ଦିନିକିଆ କନ୍ଧମାଳ ଗ୍ରସ୍ତରେ ଆସିଥିଲେ କେନ୍ଦ୍ର ଗଣ ଶିକ୍ଷା ମନ୍ତ୍ରୀ ସୁକାନ୍ତ ମଜୁମଦାର । ପ୍ରଥମେ ଫୁଲବାଣୀ ସ୍ଥିତ ଜିଲାପାଳ ଙ୍କ ସଦଭାବନା ଗୃହରେ ଜିଲ୍ଲା ସ୍ତରୀୟ ସରକାରୀ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିବା ସହ ସରକାରୀ କର୍ମଚାରୀ ମାନେ ନିଷ୍ଠା ଓ ଆନ୍ତରିକତାର ସହ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ପରେ ପରେ ଫିରିଙ୍ଗିଆ ଯାଇ ସ୍ମାର୍ଟ ଅଙ୍ଗନବାଡି ସେଣ୍ଟର, ନୋଡାଲ ସ୍କୁଲ ଯାଇ ଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ । କିଭଳି ଶିକ୍ଷା ଦିଆଯାଉଛି ଓ ମଧ୍ୟାହ୍ନ ଭୋଜନ ର ମାନ ମଧ୍ଯ ଦେଖି ଥିଲେ କେନ୍ଦ୍ର ମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ଆକାଂକ୍ଷା ଜିଲ୍ଲାରେ ଚାଲିଥିବା ବିଭିନ୍ନ ଯୋଜନା ର କାର୍ଯ୍ୟକାରିତା ଓ ସୁଫଳ ନେଇ କେନ୍ଦ୍ର ମନ୍ତ୍ରୀ ମଜୁମଦାର ଆଲୋଚନା କରିଥିଲେ । ମୋତେ କନ୍ଧମାଳ ଓ କୋରାପୁଟ ଜିଲ୍ଲା ଦାୟିତ୍ବ ଦିଆଯାଇଛି। ଜିଲ୍ଲାରେ କୃଷିକୁ ଅଧିକ ପ୍ରାଧାନ୍ୟ ଦିଆଯିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ। ଫିରିଙ୍ଗିଆ ସ୍କୁଲରେ ପିଲାଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବା ସହିତ ଖୁସି ବ୍ୟକ୍ତି କରିଥିଲେ ମନ୍ତ୍ରୀ। ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ସୁକାନ୍ତ ପାଣିଗ୍ରାହୀ,ବିଧାୟକ ଉମା ଚରଣ ମଲ୍ଲିକ, ସାସଂଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ଆଦିକନ୍ଦ ପଟ୍ଟନାୟକ, ସଞ୍ଜୟ କୁମାର ଦାସ, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲାମୁଖ୍ୟ ଉନ୍ନୟନ ଅଧୂକାରୀ ଓ କାର୍ଯ୍ୟ ନିର୍ବାହୀ ଜିଲ୍ଲା ପରିଷଦ ଶମ୍ଭୁ ନାଥ ନନ୍ଦୀ ପ୍ରମୁଖ ଙ୍କ ସହ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.