ଫୁଲବାଣୀ ସର୍କଲ ଜେଲରେ ଆର୍ନ୍ତଜାତୀୟ ମାନବ ଅଧିକାର ଦିବସ

add-all

ଫୁଲବାଣୀ : ଫୁଲବାଣୀ ସର୍କଲ ଜେଲ୍ ରେ ଆର୍ନ୍ତଜାତୀୟ ମାନବ ଅଧିକାର ଦିବଶ ସହିତ ଜେଲ ଗଠନ ଦିବଶ ପାଳିତ ହୋଇଯାଇଛି । ଡିସେମ୍ବର ୨୦୨୦ ଠାରୁ ଆରମ୍ଭ କରାଯାଇଥିବା ଏହି ଦିବଶର ମୂଖ୍ୟ ଉଦ୍ଦେଶ୍ୟ ଥିଲା ବନ୍ଦି ଜିବନ କାଟୁଥିବା ବିଭିନ୍ନ ବ୍ୟକ୍ତିବିଶେଶଙ୍କ ମାନସିକ ଚାପ କମାଇବା ସହିତ ସେମାନଙ୍କ ନିଜ ନିଜ ମଧ୍ୟରେ ଭଲ ବାତାବରଣ ସୃଷ୍ଟି କରିବା । କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଡାକ୍ତର ଜ୍ଞାନେନ୍ଦ୍ର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଆଗାମି ଦିନରେ ଘରଦ୍ୱାର ଛାଡି କଏଦି ଭାବେ ବନ୍ଦି ଯିବନ କାଟୁଥିବା ବ୍ୟକ୍ତି ମାନଙ୍କୁ ମାନସିକ ସ୍ତରରେ ସନ୍ତୁଳିତ ରଖିବାରେ ସହାୟ ହୋଇପାରିବ । ଏଥିସହ ମୂଖ୍ୟ ବକ୍ତାଭାବେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ସୁଶାନ୍ତ କୁମାର ନାୟକ ଉପସ୍ଥିତ ରହି ଏଭଳି କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ କଏଦି ମାନଙ୍କ ଜିବନ ଚର୍ଯ୍ୟାରେ ପରିବର୍ତ୍ତନ ଆଣିପାରିବ ବୋଲି କହିଥିଲେ । ତତ୍ସହିତ ଜେଲର ମେଡିକାଲ ଅଫିଶର୍ ଡାକ୍ତର ବିଜୟ କୁମାର ମିଶ୍ର, ଡାକ୍ତର ଅବିନାଶ ଶଙ୍କର,ଜେଲର୍ ଶର୍ମିଷ୍ଟା ପୃଷ୍ଟି, ଫୁଲବାଣୀ ଷ୍ଟେଟ୍ ବ୍ୟାଙ୍କ ତରଫରୁ ଦୟାନିଧି ମହାଲିକ, ଶ୍ରୀ ଅନ୍ନ ଅଭିଜାନର ଜିଲ୍ଲା ସଂଯୋଜକ ସବିତା ସୁବୁଦ୍ଦୀ, ଜିଲ୍ଲା କୃଷି ଅଧିକାରି ହେମନ୍ତ କୁମାର ଦାଶ ଯୋଗ ଦେଇ କଏଦି ମାନଙ୍କୁ ମାନସିକ ଓ ଅଧ୍ୟାତ୍ମିକତା ର ବାର୍ତା ବାଂଟିଥିଲେ । ଏହି ଅବଶରରେ ଜିଲ୍ଲା କୃଷି ବିଭାଗ ଓ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀଙ୍କ ମିଳିତ ସହଯୋଗରେ ମାଣ୍ଡିଆ ପ୍ରସ୍ତୁତି ବିଭିନ୍ନ ଖାଦ୍ୟ ପ୍ରଦର୍ଶିତ ହେବା ସହିତ ଅନ୍ତେବାଶିଙ୍କୁ ଖାଦ୍ୟ ଖାଇବାର ସୁଯୋଗ ଦିଆଯାଇଥିଲା । ଏହି ଆର୍ନ୍ତଜାତୀୟ ମାନବ ଅଧିକାର ଦିବଶ ଅବଶରରେ ନଟରାଜ କଳାମନ୍ଦିର ତରଫରୁ କୁନି କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ସହ ଜେଲର ଅନ୍ତେବାଶୀ ମାନଙ୍କ ଦ୍ୱାରା ମଧ୍ୟ ନାଚ ଗୀତ ର ଆସର ଜମିଥିଲା । କାର୍ଯ୍ୟକ୍ରମ ଶେଶରେ ସ୍ୱାତୀ ଅନୁଷ୍ଠାନଙ୍କ ଏଭଳି ପ୍ରୟାସକୁ ପ୍ରଶଂଶା କରି ସର୍କଲ୍ ଜେଲ୍ ଫୁଲବାଣୀ ର ଅଧିକ୍ଷକ ହେମନ୍ତ କୁମାର ସେଠୀ ଉତରୀୟ ଓ ମାନପତ୍ର ଦେଇ ସୁସ୍ମିତା ଜେନାଙ୍କୁ ସମ୍ମାନୀତ କରିଥିଲେ । ଦେବାଶିଶ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜେଲର ଅନ୍ୟ କର୍ମକର୍ତ୍ତାମାନେ ପରିଚାଳନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.