ମାଲ୍ୟବନ୍ତ ମହୋତ୍ସବ ନେଇ ମିନି ମାରାଥନ

add-all

ମାଲକାନଗିରି : ମାଲ୍ୟବନ୍ତ ମହୋତ୍ସବ ନେଇ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଅଛି। ଏମଭି-୧୧ ଗ୍ରାମରୁ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଏହି ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ। ମାଲ୍ୟବନ୍ତ ମହୋତ୍ସବ ଅବସରରେ ଯେଉଁ ମିନି ମାରାଥନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହେଉଛି ତାହା କ୍ରୀଡ଼ା ପ୍ରେମୀଙ୍କ ପାଇଁ ଏକ ବିଶେଷ ସୁଯୋଗ। ନିଜର ପ୍ରତିଭାକୁ ପ୍ରଦର୍ଶନ କରିବା ସହ ଶାରୀରିକ ବିକାଶରେ ମଧ୍ଯ ଏହା ସହାୟକ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସୁସ୍ଥ ଶରୀର ହିଁ ମାନସିକ ବିକାଶ ତଥା ଜଣେ ବ୍ୟକ୍ତିର ସର୍ବାଙ୍ଗୀନ ଉନ୍ନତି ଦିଗରେ ସାହାଯ୍ୟ କରିଥାଏ। ଅନ୍ୟ ମାନଙ୍କ ମଧ୍ୟରେ ସୀମା ସୁରକ୍ଷା ବଳ ମାଲକାନଗିରି ମୁଖ୍ୟାଳୟ ଡେପୁଟି କମାଣ୍ଡାଣ୍ଟ ଶୁଭଞ୍ଜନ ମହାପାତ୍ର ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ ଉପସ୍ଥିତ ଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ମାଧବ ପାଙ୍ଗିଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଥିଲା । ଏଥିରେ ସୀମା ସୁରକ୍ଷା ବଳ ପୋଲିସ, ସ୍ଥାନୀୟ ପୋଲିସ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ଅର୍ଥାତ୍ ପ୍ରାୟ ୫୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଜିଲ୍ଲା କ୍ରୀଡା ବିଭାଗର କର୍ମଚାରୀଙ୍କ ସହଯୋଗରେ ଏହା ପରିଚାଳିତ ହୋଇଥିଲା । ଯେଉଁମାନେ କୃତକାର୍ଯ୍ୟ ହେଲେ ସେମାନଙ୍କୁ ମାଲ୍ୟବନ୍ତ ମହୋତ୍ସବରେ ସମ୍ମାନୀତ କରାଯିବ।

ad-week
Leave A Reply

Your email address will not be published.