ଅଧିକାରୀମାନଙ୍କୁ ଧମକ ଚମକ : ଆସିକାରେ ଟେଣ୍ଡର ଫିକ୍ସ ପାଇଁ ଏଜେଣ୍ଟ ନିଯୁକ୍ତି……!

add-all

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ରେ ଟେଣ୍ଡର ଫିକ୍ସ ହେବାର ପୂର୍ବ ରେକର୍ଡ଼ ରହିଛି। ନୂତନ ସରକାର ଆସିବା ପରେ ଆସିକା ପାଣି ପବନ ବଦଳି ଯାଇଛି। ନେତା ଠାରୁ ବିଭିନ୍ନ ଚୋରା ମାଫିଆ ମାନେ ଏବେ ସକ୍ରିୟ ଥିବା ଓ ବଟି ମାଗିବାର ଆରମ୍ଭ ହେବାର ନଜିର ରହିଛି। ଏବେ କିଛି ପଞ୍ଚାୟତ ର କୁଜି ନେତା ମାନେ କାହା ଇସାରାରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଟେଣ୍ଡେର ଫିକ୍ସିଙ୍ଗ କରିବାକୁ ଚାପ ପକାଉ ଥିବା ଆଲୋଚନା ହେଉଛି। ଭାଇନାଙ୍କ ନାମ ନେଇ ଭୟଭୀତ କରିବା ସହ ଆମ ଲୋକଙ୍କୁ କାର୍ଯ୍ୟାଦେଶ ଦେବା କୁ ଧମକ ଚମକ ଦେବା ସହ କେ-ଟୁ କାର୍ଯ୍ୟ କରିବା ପାଇଁ ନିର୍ଦେଶ କିଏ ଦେଉଛି। ଆସିକା ରେ ଅଧିକାଂଶ ବାବୁ ମାନେ ନିଜ କାର୍ଯ୍ୟାଳୟ କୁ ନଆସି ତଳୁଆ କର୍ମଚାରୀ ମାନଙ୍କ ହାତର ଅଫିସ ଦାୟିତ୍ୱ ଦେଇ ମଉଜ ମଜଲିସ ରେ ବ୍ୟସ୍ତ ରହୁଛନ୍ତି। ଯଦି କେହି ଅଫିସ କୁ ଯାଇ ସାର କୁଆଡ଼େ ଗଲେ କହିଲେ ଦାୟିତ୍ୱ ରେ ଥିବା କର୍ମଚାରୀ କୁହେ ସାର ଫିଲଡ଼ କୁ ଯାଇଛନ୍ତି। ବାବୁକୁ ଫୋନ ଗଲେ ମୁଁ ଭିସିରେ ବସିଛି। ହେଲେ ବାବୁ ମାନେ ଫିଲଡ଼ ରେ ନା ଭିସି ରେ ବୋଲି ଲୋକେ ଧର୍ମକୁ ଆଦରି ଚୁପଚାପ ଚାଲି ଆସନ୍ତି। ଏଠାରେ ବାବୁ ମାନେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଖୁସ କରି ସରକାରୀ ଦରମା ନେଇ ମଉଜ ମଜଲିଶ କରୁଥିବା ପୂର୍ବରୁ ନଜିର ରହିଛି। ଲୋକେ ଏବେ କହିଲେଣି ବାବୁ ମାନଙ୍କ ପାଠ ଦୁଇ ଦୁଗୁଣେ ଆଠ ବୋଲି ବାବୁ ମାନଙ୍କ ରାଜ ଚାଲୁଛି ଚାଲିଥିବା ବୋଲି। ଆସିକା ରେ ପୁଣି ଟେଣ୍ଡେର ଫିକ୍ସ ହେବ ବୋଲି ନିସର୍ତ୍ତ ରେ ପୂର୍ବରୁ ଖବର ପ୍ରକାଶ ହୋଇଛି।

ad-week
Leave A Reply

Your email address will not be published.