ଲକ୍ଷ୍ମୀବସ୍ ସହ କାର୍ ଧକ୍କା

add-all

ହିଞ୍ଜିଳିକାଟୁ : ବୁଧବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ତାରାତାରିଣୀ ରାସ୍ତାରେ ରାସ୍ତା ପ୍ବାର୍ଶ୍ବରେ ଥିବା ଏକ କାର୍ (ଓଡି୦୭କେ ୮୨୮୪) ପଛକୁ ଲକ୍ଷ୍ମୀ ବସ୍ (ଓଡି୦୭ଏଟି ୯୫୫୨) ଧକ୍କା ଘଟିଛି। ଦୂର୍ଘଟଣାରେ କୈାଣସି ବଡ ଧରଣର କ୍ଷୟକ୍ଷତି ଘଟିନଥିବା ବେଳେ କାରର ପଛଭାଗ କ୍ଷତିଗ୍ରସ୍ତ ହୋଇଛି। ଦୂର୍ଘଟଣା ପରେ କିଛି ସମୟ ପାଇଁ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ କୈାଣସି ଅଭିଯୋଗ ହୋଇନଥିବା ଥାନା ସୂତ୍ରରୁ ପ୍ରକାଶ।‌

ad-week
Leave A Reply

Your email address will not be published.