ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡିତ : ଛାତ୍ରଙ୍କ ମାଡ଼ ଦେଖି ଛାତ୍ରୀ ବେହୋସ

Independence

ଉମରକୋଟ/ରାଇଘର (୧୧/୧୨/୨୦୨୪) ଓଡ଼ିଶା ରାଜ୍ୟର ସବୁ ସ୍କୁଲ ଦଣ୍ଡ ମୁକ୍ତ ଅଞ୍ଚଳ ରୂପେ ଘଷିତ ହେବା ପରେ ସ୍କୁଲରେ ଅମାନସିକ ଅତ୍ୟାଚାରର ଶିକାର ହେଉଛନ୍ତି ଛାତ୍ର / ଛାତ୍ରୀ।ଛାତ୍ର/ଛାତ୍ରୀଙ୍କ ପିତା ମାତା କେବେବି ନିଜ ସନ୍ତାନକୁ ଏତିକି କେବେ ମାରି ନାହାନ୍ତି ହେଲେ, ସ୍କୁଲ ଶିକ୍ଷକ ଅମାନସିକ ଭାବେ ବିଧା, ଚାପୁଡ଼ା, ଲାତ, ଘସାରୀ ଘସାରି କି ପରି ମାରି ପାରିଲା ଜଣେ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରଙ୍କ କହି ସ୍କୁଲର ସମସ୍ତ ଛାତ୍ର / ଛାତ୍ରୀ କହିଛନ୍ତି । ଏତେ ଅମାନସିକ ଭାବେ ପ୍ରଥମ ବର୍ଷର ଛାତ୍ର ପ୍ରତି ମାଡ଼ ଦେଖି ଛାତ୍ରୀ ମାନେ ବୋବାଳି କରି କ୍ଲାସ ରୁମ ଭିତରେ କାନ୍ଦିବାକୁ ଲାଗିଲେ, କାନ୍ଦି କାନ୍ଦି ଜଣେ ଛାତ୍ରୀ ବେହୁଷ ହୋଇ ଯାଇଥିଲେ।
ଏହିପରି ଘଟଣା ଦେଖିବାକୁ ମିଳିଛି ରାଇଘର ବ୍ଲକ ସଦର, ଅନୁସୂଚିତ ଜାତି ଓ ଜଣ ଜାତି ବିଭାଗ ଉଚ୍ଚ ମାଧ୍ୟମିକ ବିଧ୍ୟାଳୟରେ।ସେହି ସ୍କୁଲର ଗଣିତ ଶିକ୍ଷକ ରାମଚନ୍ଦ୍ର ସ୍ୱାଇଁ, ଗଣିତ ବୁଝି ପାରିଲ କି କହି ଛାତ୍ରଙ୍କ ପଚାରିବାରୁ ଜଣେ ଛାତ୍ର ଦୀପକ ଗଣ୍ଡ (୧୭)ବର୍ଷ ପିତା ଦୁଖଚାନ୍ଦ ଗଣ୍ଡ ବୁଝି ପାରିଲି ନାହିଁ କହିବାରୁ ଶିକ୍ଷକ ଜଣକ ଅକଥୋନୀୟ ଭାଷାରେ ଗାଳି ଗୁଲଜ କରି ଘସାରୀ ଘସାରି ନିସ୍ତକ ମାଡ଼ ମାରିଥିଲେ। ଏହା ତାଙ୍କର ନୂଆ କଥା ନାହିଁ ବିଗତ ବର୍ଷ ଦ୍ଵିତୀୟ ବର୍ଷର ଛାତ୍ରଙ୍କ ମଧ୍ୟ ନିସ୍ତକ ମାଡ଼ ମାରିବାର ଉଲ୍ଲେଖେନିୟ ବର୍ବର କାହାଣୀ ମଧ୍ୟ ଆମ କଳିଙ୍ଗ ୨୪ ନ୍ୟୁଜର ବୁମ ଆଗରେ ଛାତ୍ର ମାନେ ପ୍ରକାଶ କରିଛନ୍ତି।ଏହି ବିଷୟକୁ ନେଇ ଗଣିତ ଶିକ୍ଷକଙ୍କ ପଚାରିବାରୁ ମୋର ଦେହ ଖରାପ ଅଛି ମୁ କିଛି କହି ପାରିବି ନାହିଁ ଏବଂ ଆମ କଳିଙ୍ଗ ୨୪ ନ୍ୟୁଜ ପ୍ରତିନିଧି ଆଗରେ ବାଇଟ ଦେବାକୁ ମନା କରି ଦେଲେ। ଛାତ୍ର/ ଛାତ୍ରୀଙ୍କ କହିବା କଥା ଟି ଆର ଡବ୍ଲୁ ( TRW) ଡି ଡବ୍ଲୁ ଡି (DWD) କତୃପକ୍ଷ ଅତି ସତ୍ତର ଶିକ୍ଷକଙ୍କ ପ୍ରତି କଠୋର ରୁ କଠୋର ଦଣ୍ଡାଦେଶ ନ ଦେଲେ ଆଗାମୀ ଦିନରେ ଛାତ୍ର ଆନ୍ଦୋଳନ ହେବ କହି ଚେତାବନି ଦେଇଛନ୍ତି। ଏହି ଟି ଆର ଡବ୍ଲୁ ( TRW) ସ୍କୁଲର ହେଡମାଷ୍ଟର ଶ୍ରୀ ଯୁକ୍ତ ବିଧୁଭୂଷଣ ନାୟକଙ୍କ ପଚାରିବାରୁ ମୁଁ ଏ ବିଷୟରେ କିଛି ଜାଣି ନାହିଁ, ସ୍ୱବିଶେଷ ପଚାରିବା ପରେ କହିଁବି କହିଛନ୍ତି। ଆଜିର ଏହି ବର୍ବର ଓ ଅମାନସିକ ଶିକ୍ଷକଙ୍କ ଅତ୍ୟାଚାର ଦେଖି ଅଭିଭାବକ ମହଳ ଓ ରାଇଘର ବ୍ଲକରେ ଚାଞ୍ଚଲ୍ୟ ଖେଳି ଯାଇଛି ଏବଂ ଶିକ୍ଷକଙ୍କ ପ୍ରତି କଠୋର ରୁ କଠୋର ଦଣ୍ଡାଦେଶ ଯେ ପରି ହୁଏ ତାହାର ପାଇଁ ଟି ଆର ଡବ୍ଲୁ (TRW) ଡି ଡବ୍ଲୁ ଡି ( DWD) କତୃପକ୍ଷଙ୍କ ରାଇଘର ଅଞ୍ଚଳବାସୀ ସହ ଅଭିଭାବକ ବୃନ୍ଦ ଅନୁରୋଧ କରିଛନ୍ତି।

ad-week
Leave A Reply

Your email address will not be published.