
ବ୍ରହ୍ମପୁର : ଆଜି ସାରା ରାଜ୍ୟରେ ୧୦୮ରେ କାର୍ଯ୍ୟରତ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲେଇଛନ୍ତି । ଦକ୍ଷିଣ ଓଡ଼ିଶାରେ ମଧ୍ଯ ଜରୁରି କାଳିନ 108 ଆମ୍ବୁଲାନ୍ସ ସେବା ଠପ୍ ହୋଇଥିବା ଦେଖିବାକୁ ମିଳିଛି। କେଉଁଠି ରୋଗୀ ଘରୋଇ ଆମ୍ବୁଲାନ୍ସ ଉପରେ ନିର୍ଭର କରୁଛି ତ ଆଉ କେଉଠି ଦୁର୍ଘଟଣାର ଶିକାର ହୋଇଥିବା ଲୋକେ ଘରୋଇ ଗାଡିରେ ମେଡିକାଲ ପହଞ୍ଚିବା ଦେଖିବାକୁ ମିଳିଥିଲା । ନୂତନ କମ୍ପାନୀ ୧୦୮ଆମ୍ବୁଲାନ୍ସ ସେବାର ଦାୟିତ୍ୱ ନେବା ପରେ କର୍ମଚାରୀ ମାନଙ୍କ ଛୋଟେଇ ଆରମ୍ଭ କରିଛି, ଫଳରେ ବହୁ କର୍ମଚାରୀ ନିଜ ଜୀବିକା ହରାଇଛନ୍ତି, ଦୈନିକ ୮ଘଣ୍ଟା ବଦଳରେ ୧୨ଘଣ୍ଟା ଖଟାଉଛି କମ୍ପାନୀ, ପ୍ରାୟ ଦେଢ଼ ମାସ ପୂର୍ବରୁ ସଂଘର କିଛି ପ୍ରତିନିଧି କୁ ଛୋଟେଇ କରିଛି, ଯାହାକୁ ନେଇ କର୍ମଚାରୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି, କର୍ମଚାରୀ ଙ୍କ ଦରମା ବୃଦ୍ଧି ରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।ଏଭଳି ବହୁ ଦାବି କୁ ନେଇ ଆନ୍ଦୋଳନ ଆରମ୍ଭ କରିଛି ସଙ୍ଘ। ତୁରନ୍ତ ଦାବି ପୂରଣ ନ ହେଲେ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ସଙ୍ଘ।