କାନପୁର ନିର୍ମିତ ପାରାଶୁଟ ବ୍ୟବହାର କରିବେ ବାୟୁସେନାର ଲଢୁଆ ପାଇଲଟ

add-all

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଲଢ଼ୁଆ ପାଇଲଟମାନଙ୍କ ପାଇଁ ଏଣିକି ଆମେରିକା କିମ୍ବା ଅନ୍ୟ ୟୁରୋପୀୟ ଦେଶଗୁଡ଼ିକରୁ ପାରାଶୁଟ ମଗାଇବାକୁ ପଡ଼ିବ ନାହିଁ। କାନପୁର ଅର୍ଡନାନ୍ସ ପାରାଶୁଟ ଫ୍ୟାକ୍ଟ୍ରି(ଓପିଏଫ) ତେଜସ ବିମାନର ପାଇଲଟମାନଙ୍କ ପାଇଁ ପାରାଶୁଟ ତିଆରି କରୁଛି। ବର୍ତ୍ତମାନ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନଗୁଡ଼ିକର ପାଇଲଟମାନଙ୍କ ପାଇଁ ବିଦେଶରୁ ପାରାଶୁଟ କିଣାଯାଉଛି। ଡିଆରଡିଓର ଏରିୟଲ ଡେଲିଭରୀ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିଶମେଣ୍ଟ(ଏଡିଆରଡିଇ)ର ଇଞ୍ଜିନିୟରମାନେ ଏହି ପାରାଶୁଟର ଡିଜାଇନ ପ୍ରସ୍ତୁତ କରିଛନ୍ତି। ଏହି ପାରାଶୁଟ ଜରିଆରେ ତେଜସ ବିମାନକୁ ଉଡ଼ାଉଥିବା ଲଢୁଆ ପାଇଲଟମାନେ ଜରୁରୀ ପରିସ୍ଥିତିରେ ସୁରକ୍ଷିତ ଭାବେ ଭୂପୃଷ୍ଠରେ ଅବତରଣ କରିପାରିବେ।
ଏହି ଡିଜାଇନକୁ ମଞ୍ଜୁରୀ ମିଳିବା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟର ପିଏସୟୁ ଗ୍ଲାଇଡର୍ସ ଇଣ୍ଡିଆ ଲିମିଟେଡ ଶାଖା ଓପିଏଫ କାନପୁର ଏହି ପାରାଶୁଟ ତିଆରି କରୁଛି। ଓପିଏଫ ଇଞ୍ଜିନିୟରଙ୍କ କହିବା ଅନୁସାରେ, ତେଜସ ମାର୍କ ୧ଏ ଲଢୁଆ ବିମାନର ସର୍ବାଧିକ ଗତି ୨୨୦୫ କିମି ପ୍ରତି ଘଣ୍ଟାରୁ ଅଧିକ ରହିଛି। ଏହା ୫୦ ହଜାର ଫୁଟ ଉଚ୍ଚରେ ଉଡ଼ାଣ କରିପାରିବ।

ad-week
Leave A Reply

Your email address will not be published.