ଭାରତର ଏହି ସହରରେ ଖୋଲିବ ଟେସଲା’ର ପ୍ରଥମ ଶୋ’ ରୁମ !

ନୂଆଦିଲ୍ଲୀ : ବିଶ୍ଵର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ବୈଦ୍ୟୁତିକ କାର୍‌ କମ୍ପାନୀ ଟେସଲା ଭାରତରେ ପ୍ରବେଶ କରିବା ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥର କମ୍ପାନୀର ପ୍ଲାଣ୍ଟ ନୁହେଁ, ବରଂ ସିଧାସଳଖ ଡିଲରଶିପ ବା ଶୋ’ରୁମ ଖୋଲିବା ନେଇ ଆଲୋଚନା ହେଉଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚଳିତବର୍ଷ ଶେଷ ସୁଦ୍ଧା ଟେସଲା ଭାରତରେ ନିଜର ପ୍ରଥମ ଡିଲରଶିପ ଆରମ୍ଭ କରିପାରେ।
ରିପୋର୍ଟ ଅନୁସାରେ, ଏଲନ ମସ୍କଙ୍କ ଟେସଲା ଦେଶର ରାଜଧାନୀ ନୂଆଦିଲ୍ଲୀରେ ଶୋ’ରୁମ ଖୋଲିବାକୁ ସ୍ଥାନ ଖୋଜିବା ଲାଗି ପଦକ୍ଷେପ ନେବା ଆରମ୍ଭ କରିଛି। ଗତ ଏପ୍ରିଲରେ ମସ୍କ କହିଥିଲେ ଯେ, ସେ ଭାରତ ଗସ୍ତରେ ଆସିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ଏହି ସମୟରେ ସେ ଭାରତରେ ୨୦୦ରୁ ୩୦୦ କୋଟି ଡଲାର ଅର୍ଥରାଶି ନିବେଶ କରିବାକୁ ଘୋଷଣା କରିପାରିଥାଆନ୍ତେ। କିନ୍ତୁ ବିଶ୍ଵ ବଜାରରେ ଟେସଲାର ବିକ୍ରିରେ ୧୦ ପ୍ରତିଶତ ହ୍ରାସ ଯୋଗୁ ସେ ନିଜର ଗସ୍ତ ଶେଷ ସମୟରେ ରଦ୍ଦ କରିଦେଇଥିଲେ।

nis-ad
Leave A Reply

Your email address will not be published.