ଡିସେମ୍ବର ୧୪ ଓ ୧୫ରେ ମଞ୍ଚସ୍ଥ ହେବ ସାମାଜିକ ନାଟକ ଅଭିନେତ୍ରୀ

add-all

ଫୁଲବାଣୀ : ଜିଲ୍ଲାର ଏକମାତ୍ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଙ୍ଗମ ତରଫରୁ ଏକୋଇଶି ତମ ଅବଦାନ ସ୍ବରୂପ ନାଟ୍ୟ କାର ଲିଙ୍ଗରାଜ ନାହାକଙ୍କ ରଚିତ ଏକ ଭିନ୍ନ ସ୍ବାଦର ସାମାଜିକ ନାଟକ ଅଭିନେତ୍ରୀ ଆସନ୍ତା ଡିସେମ୍ବର ୧୪ ଓ ୧ ୫ ତାରିଖ (ଶନି ବାର ଓ ରବିବାର ) ସ୍ଥାନୀୟ ସଭାଗୃହ ଠାରେ ଠିକ ସନ୍ଧ୍ୟା ୬. ତିରିଶ ମିନଟରେ ମଞ୍ଚସ୍ଥ ହେବ ।

ନାଟକରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ପାୟଲ ଜ୍ୟୋତି ରାଉତ, ଭୁବନେଶ୍ବର,ସୁର ପ୍ରସାଦ ନାୟକ ସୁକାନ୍ତି ବେହେରା, କୁମୁଦ ସାହୁ, ଯୁଧୂଷ୍ଠିର ମହାନ୍ତି, ବନ ମହାନ୍ତି, ଅବସରପ୍ରାପ୍ତ କାମାଣ୍ଡାଣ୍ଡ ନବୀନ କିଶୋର ପଣ୍ଡା, ସୁନୀତା, ଟିକିନା ଓ ଜୟ କୃଷ୍ଣ । ନାଟକର ନିର୍ଦ୍ଦେଶନା ଡଃ ଅରୂପ ଜେନା,ଦେଇଥିବା ବେଳେ କାର୍ଯ୍ୟକାରୀ ନିର୍ଦ୍ଦେଶକ ପ୍ରଭାତ ଦାଶ, ସହ ନିର୍ଦେଶକ ବିଜୟ ପଟ୍ଟନାୟକ , ଅଛନ୍ତି । ନାଟ୍ୟ ପରିଚାଳନା ଦାଇତ୍ବରେ ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ରହିଥ‌ିବା ବେଳେ ମଞ୍ଚ ପରିଚାଳନାଦାଇତ୍ୱରେ ଅଶୋକ ପରିଡା ଅଛନ୍ତି ।ଏଣୁ ବହୁ ସଂଖ୍ୟାରେ ଯୋଗ ଦେଇ ନାଟକକୁ ଉପଭୋଗ କରିବା ସହ କଳାକାର ମାନଙ୍କୁ ଉତ୍ସାହିତ କରିବାକୁ ସଭାପତି ଡ଼କ୍ଟର ଅରୂପ ଜେନା ଓ ସାଧାରଣ ସମ୍ପାଦକ ସୁନୀଲ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

ad-week
Leave A Reply

Your email address will not be published.