ଫୁଲବାଣୀ : ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ ଫୁଲବାଣୀ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ସଭାଗୃହ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଆନୁକୂଲ୍ୟରେ ମାନବାଧିକାର ଦିବସ-୨୦୨୪ ଉପଲକ୍ଷେ ଏକ ଆଲୋଚନା ଚକ୍ର ର ଆୟୋଜନ କରାଯାଇଥିଲା ।
ଉକ୍ତ ଆଲୋଚନା ଚକ୍ରରେ ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍, ଫୁଲବାଣୀ, ଦୁର୍ନୀତି ନିବାରଣ ଅଦାଲତ ବିଚାରପତି ଶ୍ରୀ ସମର ବିଳାଶ ବେହେରା, ପରିବାର ଅଦାଲତ ବିଚାରପତି ଶ୍ରୀ ଦେବଦତ୍ତ ଦାସ ମହାପାତ୍ର, ସ୍ଥାୟୀ ଲୋକ ଅଦାଲତ ବିଚାରପତି ଦୋଳଗୋବିନ୍ଦ ବାରିକ, ଏଫଟିଏସସି କୋର୍ଟ ବିଚାରପତି କୈଳାଶ ଚନ୍ଦ୍ର ସ୍ବାଇଁ, ପୋକସୋ କୋର୍ଟ ବିଚାରପତି ଶ୍ରୀ ରାଜେସ ଦାସ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀମତୀ ବନାଳୀ ତ୍ରିପାଠୀ, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ବିଶ୍ଵକଲ୍ୟାଣୀ ମିଶ୍ର, ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀମତୀ ନିତିଶା ଚନ୍ଦକ, ଶ୍ରୀମତୀ ଅନୁଶିଳା,ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ, ଏସଡିଜେଏମ ଶ୍ରୀମତୀ ସମ୍ବୃଦ୍ଧି ସାଗରିକା ବାରିକ, ସଭାପତି ଶ୍ରୀ ନିରୋଦ କୁମାର ପାତ୍ର, ସମ୍ପାଦକ ଶ୍ରୀ କୁଞ୍ଜ ବିହାରୀ ଶତପଥୀ, ବାର ଆସୋସିଏସନ, ଫୁଲବାଣୀ, ଶ୍ରୀମତୀ ଜୟନ୍ତୀ ପାଣିଗ୍ରାହୀ, ଲିଗାଲ ଏଡ ଡିଫେନସ୍ କାଉନ୍ସେଲ, ଫୁଲବାଣୀ, ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀମତୀ ରଶ୍ମୀତା ମହାପାତ୍ର, ବରିଷ୍ଠ ଆଇନଜୀବୀ ଶ୍ରୀ ବିଜୟ କୁମାର ମହାନ୍ତି, ଶ୍ରୀ ବିଜୟ କୃଷ୍ଣ ପଟ୍ଟନାୟକ, ଶ୍ରୀ ହରିଶଚନ୍ଦ୍ର ମହାରଣା ବୀଣାପାଣି ପ୍ରଧାନ, ଫୁଲବାଣୀ ବାର ଆସୋସିଏସନର ଆଇନଜୀବୀମାନେ, ଡି.ଏସ.ପି ଶ୍ରୀ ସର୍ବେଶ୍ଵର ବେହେରା, ବିଭିନ୍ନ ଥାନାର ଥାନାଧିକାରୀ, ପାରା ଲିଗାଲ ସ୍ଵେଚ୍ଛାସେବୀ, ଫୁଲବାଣୀ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ମଧୁପା ସୁନା ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଏହି ଆଲୋଚନା ଚକ୍ରଟି ଅପରାଧିକ ଆଇନରେ ମାନବିକ ଅଧିକାର ବିଷୟରେ ଆଧାରିତ ଥିଲା । ଏହି ଆଲୋଚନା ଚକ୍ରରେ ଜୀବନ, ସ୍ୱାଧୀନତା ଏବଂ ମାନବୀୟ ମର୍ଯ୍ୟାଦା ହେଉଚି ମାନବାଧିକାରର କେନ୍ଦ୍ରବିନ୍ଦୁ, ଉଭୟ ପେନାଲ ଲ ଓ ପ୍ରୋସିଜରାଲ ଲ ମାନବାଧିକାର ଏବଂ ସଂବିଧାନର ମୂଳ ଧାରଣା ଗୁଡ଼ିକ ସହିତ ସମନ୍ୱୟତା ରଖିବା ଦରକାର, ଆଇନକୁ କାର୍ଯ୍ୟକାରୀ କରିବା ସମୟରେ ଅଧିକାରୀମାନେ ନାଗରିକ ମାନଙ୍କ ମାନବାଧିକାର ଏବଂ ସାମ୍ବିଧାନିକ ଅଧିକାର ସମ୍ପର୍କରେ ସଚେତନ ରହିବା ଆବଶ୍ୟକ ଅଟେ ବୋଲି ଆଲୋଚନା ହୋଇଥିଲା ଶ୍ରୀମତୀ ଅନୁଶୀଲା ରୟ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଉକ୍ତ ଆଲୋଚନା ଚକ୍ରକୁ ପରିଚାଳନା କରିଥିଲେ ।
