ଗଞ୍ଜାମ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ – ୨୦୨୪ – ୨୫ ପାଳିତ

youtube

ଛତ୍ରପୁର : ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା, ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ନେହେରୁ ଯୁବ କେନ୍ଦ୍ର ବ୍ରହ୍ମପୁରଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁର ଠାରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଦେଶ ଗଠନରେ ଯୁବଶକ୍ତିର ଭୂମିକା ଗୁରୁତ୍ବପୂର୍ଣ୍ଣ । ସମାଜର ଭବିଷ୍ୟତ ନିର୍ଦ୍ଧାରଣରେ ଯୁବପିଢୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ନିଜର ସାର୍ଥକତା ପ୍ରତିପାଦନ କରିଥାଆନ୍ତି । ଏହି ଉତ୍ସବ ଜରିଆରେ ଆଗାମୀ ପିଢୀଙ୍କୁ ଲୋକକଳା, ସଂସ୍କୃତିକୁ ଜୀବୀତ ରଖିବା ପ୍ରୟାସ ରହିଛି ବୋଲି ମତବ୍ୟକ୍ତ କରିଥିଲେ ।
ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ ପରେପରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ ପୂର୍ବକ ଯୁବ ଉତ୍ସବ ପାଳନର ତାତ୍ପର୍ଯ୍ୟ ଉପରେ ସମସ୍ତଙ୍କୁ ଅବଗତ କରାଇବା ସହ ଯୁବକ ମାନେ ହେଉଛନ୍ତି ଦେଶର ମେରୁଦଣ୍ଡ,ତେଣୁ ଏହି ଉତ୍ସବ ପାଳନ ଦ୍ବାରା ଯୁବ ଶକ୍ତିର ଉତ୍ସାହ ଓ ଉଦ୍ଦୀପନାକୁ ବୃଦ୍ଧିକରିବା ସହ ଯୁବକ ମାନଙ୍କୁ ସଂସ୍କୃତି, ପରମ୍ପରା ଆଦି ବିଷୟ ଜାଣିବାର ଅବସର ପ୍ରଦାନ ବୋଲି ପ୍ରକାଶ କରିଥିଲେ ।
ବିଜ୍ଞାପିତ ଅଞ୍ଚଳ ପରିଷଦ, ଛତ୍ରପୁରର ଅଧ୍ଯକ୍ଷା ଶ୍ରୀମତୀ ଶର୍ମଷ୍ଠା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ଯୁବ ଉତ୍ସବ ପାଳନ ଯୋଗୁଁଯୁବକ ମାନେ ନିଜନିଜର ପ୍ରତିଭା ପ୍ରଦର୍ଶନ କରିଥାଆନ୍ତି। ଯୁବଶକ୍ତିକୁ ଜାଗ୍ରତ କରିବା ଓ ସମାଜକୁ ଆଗେଇନେବା ହେଉଛି ଏହି ଉତ୍ସବ ପାଳନର ମୂଳ ଲକ୍ଷ୍ୟ । ଏହି ଉପଲକ୍ଷେ ଜିଲ୍ଲା ସ୍ତରରେ ଦଳଗତ ଲୋକନୃତ୍ୟ,ଏକକ ଲୋକନୃତ୍ୟ, ଦଳଗତ ଲୋକ ସଙ୍ଗୀତ, ଏକକ ଲୋକ ସଙ୍ଗୀତ, ହିନ୍ଦୀ/ଇଂରାଜୀ ଭାଷାରେ ପଦ୍ୟ ଲିଖନ, ଗଳ୍ପ ଲିଖନ, ଔପଚାରିକା ବକ୍ତୃତା , ଚିତ୍ରକଳା , ବିଜ୍ଞାନ ମେଳା, ମୋବାଇଲ ଫଟୋଗ୍ରାଫ୍ ଉପରେ ଯୁବ ଉତ୍ସବ ପ୍ରତିଯୋଗାତା ମାନ ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏହି କୃତୀ ପ୍ରତିଯୋଗୀମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ ନିମନ୍ତେ ଚଳିତ ମାସ 18 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ ଉତ୍କଳ ମଣ୍ଡପ ଭୁବନେଶ୍ବର ଠାରେ ରାଜ୍ୟସରକାରଙ୍କ ଦ୍ବାରା ଆୟୋଜିତ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା 20 ତାରିଖ ଦିନ ଅଂଶ ଗ୍ରହଣ କରିପାରିବେ ।
ଏହି କାର୍ଯ୍ୟକ୍ରମରେ ଛତ୍ରପୁରର ସମାଜସେବୀ କେ. ଚନ୍ଦ୍ର ଶେଖର ରେଡ୍ଡୀ, ନେହେରୁ ଯୁବକେନ୍ଦ୍ର, ବ୍ରହ୍ମପୁରର ଜିଲ୍ଲା ଯୁବ ଅଧିକାରୀ ଅକ୍ଷୟ ଭାସ୍କର ନିପାଣେ, ସମସ୍ତ କର୍ମକର୍ତ୍ତା, ସାମ୍ବାଦିକ ବନ୍ଧୁଗଣ ଓ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀଗଣ ଉପସ୍ଥିତ ଥିଲେ । ପ୍ରତିଯୋଗିତାର ଫଳାଫଳ ଏଥିସହ ପ୍ରେରଣ କରାଗଲା ।

Leave A Reply

Your email address will not be published.