ଧୁମଧାମରେ ଆରମ୍ଭ ହେଲା ମାଲ୍ୟବନ୍ତ ମହୋତ୍ସବ କଲସ ଯାତ୍ରା

add-all

ମାଲକାନଗିରି : ମାଲ୍ଯବନ୍ତ ମହୋତ୍ସବ ମାଲକାନଗିରି ସଦରମହକୁମା ସ୍ଥିତ ଡିଏନକେ ପଡ଼ିଆ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଆଜି ସକାଳେ ଜଗନ୍ନାଥ ମନ୍ଦିରରେ ରହିଥିବା ଜଳ କଳସୀକୁ ମହିଳାମାନେ ମୁଣ୍ଡରେ ଧାରଣ କରି ମାଲ୍ଯବନ୍ତ ମହୋତ୍ସବର ମୁକ୍ତ ରଙ୍ଗମଞ୍ଚକୁ ଏକ ବିରାଟ ଶୋଭା ଯାତ୍ରାରେ ନେଇ ସ୍ଥାପନ କରିଥିଲେ। ଏଥିରେ ବହୁ କଲେଜ ଛାତ୍ର ଛାତ୍ରୀ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଏବଂ ବିଭିନ୍ନ ନୃତ୍ୟ ଦଳ ଅଂଶ ଗ୍ରହଣ କରିଥଲେ।ବାଣ ଐ ବାଦ୍ୟ ନାଦରେ ଗଗନ ପବନ ମୁଖରିତ ହୋଇଥିଲା । ଦଣ୍ଡକାରଣ୍ୟ ପଡ଼ିଆରେ ବିଭିନ୍ନ ଷ୍ଟିଲ ଗୁଡ଼ିକ ଖୋଲା ଯାଇଛି। ଯେ ଯାହାର ମନ ପସନ୍ଦର ଉପକରଣ କ୍ରୟ କରିପାରିବେ। ପ୍ରଥମ ଥର ଲାଗି ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବା ଯୋଗୁଁ ସାଜସଜା ଅତି ଚମତ୍କାର ହୋଇଛି। ରଙ୍ଗୀନ ଆଲୋକ ମାତ୍ରାରେ ପଥପ୍ରାନ୍ତ ସୌନ୍ଦର୍ଯ୍ୟମୟ ଦେଖାଯାଉଛି। ପରିମଳକୁ ଅଧିକ ଗୁରୁତ୍ବ ଦିଆଯାଇଛି। କାନ୍ଥ ଚିତ୍ରରେ ଆଦିବାସୀ ସଂପ୍ରଦାୟର ନୃତ୍ୟବାଦ୍ୟ କୁ ସୁନ୍ଦର ଭାବେ ଚିତ୍ରିତ କରା ଯାଇଅଛି। ମାଲବ୍ୟନ୍ତ ରଙ୍ଗ ମଞ୍ଚର ସମ୍ମୁଖରେ ଆଦିବାସୀ କୁଟୀର ର ନିର୍ମାଣ କରାଯାଇଛି, ଯାହାକି ଚଳିତ ବର୍ଷର ଭିନ୍ନ ଏକ ଆକର୍ଷଣ । ମାଲ୍ଯବନ୍ତ ମହୋତ୍ସବ ଡିଏନଏକେ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି। ଆଜିର ମୁକ୍ତ ରଙ୍ଗମଞ୍ଚକୁ ଆନୁଷ୍ଠାନିକ ଭାବେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ କର କମଳରେ ଉଦଘାଟନ ହେବ।

ad-week
Leave A Reply

Your email address will not be published.