
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଜାତୀୟ ଯୁବ ଉତ୍ସବ-୨୦୨୫ ପାଳନ ଅବସରରେ ଫୁଲବାଣୀ ସ୍ଥିତ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ଅତିଟୋରିୟମରେ ଆଜି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ କନ୍ଧମାଳ ଶ୍ରୀ ଅଶୋକ କୁମାର ଭୋଇଙ୍କ ସମେତ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ର ଅଧ୍ୟକ୍ଷ, ଯୁବ ଅଧିକାରୀ, ନେହେରୁ ଯୁବ କେନ୍ଦ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ, ସରକାରୀ ସି.ଟି.ରଅଧ୍ୟକ୍ଷ ପ୍ରମୁଖ ଏହି ପ୍ରତିଯୋଗିତା ଗୁଡ଼ିକର ଶୁଭାରମ୍ଭ କରିଥିଲେ । ଦଳଗତ ଲୋକ ନୃତ୍ୟରେ, ନୂତନ କଳାକେନ୍ଦ୍ର, ଫୁଲବାଣୀ, ସୋଲୋ ଲୋକନୃତ୍ୟରେ ସୁଶ୍ରୀ ନିହାରିକା ନାୟକ, ଦଳଗତ ଲୋକ ସଙ୍ଗୀତରେ ଫ୍ରେଣ୍ଟ୍ସ କ୍ଲବ, ଫୁଲବାଣୀ, ଏକକ ଲୋକ ସଙ୍ଗୀତରେ, ଚିନ୍ମୟ ବେହେରା, ହିନ୍ଦି କବିତା ଲିଖନରେ ପ୍ରଭାକର ନନ୍ଦ, ଇଂରାଜୀ କବିତା ଲିଖନରେ ଝରଣାରାଣୀ ଭେସ୍ରା, ହିନ୍ଦି ଗଳ୍ପ ଲିଖନରେ ମନୋବିନା ପ୍ରିୟଦର୍ଶନୀ, ଇଂରାଜୀ ଗଳ୍ପ ଲିଖନରେ ଶ୍ଵେତା ନାୟକ, ଚିତ୍ରକଳାରେ ଅପରାଜିତା କହଁର, ହିନ୍ଦି ଔପଚାରିକ ବନ୍ଧୁତାରେ ଚିରଞ୍ଜିବୀ ଗୋଚ୍ଛାୟତ ଏବଂ ଇଂରାଜୀ ଔପଚାରିକ ବନ୍ଧୁତାରେ ସୌମ୍ୟ ରଞ୍ଜନ ସାହୁ ପ୍ରମୁଖ ପ୍ରଥମ ସ୍ଥାନ ଗ୍ରହଣ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ ବୋଲି ଜଣାପଡ଼ିଛି । ଦଳଗତ ଲୋକନୃତ୍ୟ ଓ ଦଳଗତ ଲୋକ ସଙ୍ଗୀତରେ ୧୦ ଜଣ ଲେଖାଏଁ ଓ ଅନ୍ୟ ପ୍ରତିଯୋଗିତାରେ ୧ଜଣ ଲେଖାଏଁ ସମୁଦାୟ ୨୯ ଜଣ ଚଳିତ ମାସ ୨୦ ତାରିଖ ଦିନ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତର ଅଂଶ ଗ୍ରହଣ କରିବେ। ଚଳିତ ମାସ ୧୮ ତାରିଖ ରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ସ୍ଥିତ ଉତ୍କଳ ମଣ୍ଡପରେ ଏହି ସବୁ ପ୍ରତିଯୋଗିତା ଗୁଡ଼ିକ ଆୟୋଜନ କରାଯିବ। ତେବେ, ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ପ୍ରତିଯୋଗୀଙ୍କ ବୟସ ସୀମା ୧୫ ରୁ ୨୯ ମଧ୍ୟରେ ହୋଇଥିବା ଆବଶ୍ୟକ । ପ୍ରତିଯୋଗୀମାନେ ସାଙ୍ଗରେ ଆଧାର କାର୍ଡ଼ ଓ ମୋବାଇଲ୍ ନମ୍ବର ନେବା ଆବଶ୍ୟକ। ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀଙ୍କୁ ଯିବା ଆସିବା ଖର୍ଚ୍ଚ ଦିଆଯିବା ସହିତ ସେମାନଙ୍କ ରହିବା ବ୍ୟବସ୍ଥା ସରକାରଙ୍କ ତରଫରୁ କରାଯିବ ବୋଲି ଜଣାପଡ଼ିଛି। ଆଜିର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା ଏବଂ ଅନ୍ୟ ପ୍ରତିଯୋଗୀମାନଙ୍କୁ ମଧ୍ୟ ଅର୍ଶ ଗ୍ରହଣ ସାର୍ଟିଫିକେଟ ପ୍ରଦାନ କରାଯିବ । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ ପ୍ରାରମ୍ଭରେ ରେ ଏହି ଜାତୀୟ ଯୁବ ଉତ୍ସବ-୨୦୨୫ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିବାବେଳେ, ସାମ୍ବାଦିକ ଅଶୋକ କୁମାର ର ମହାନ୍ତି ପରିଚାଳନା କରିଥିଲେ ଏବଂ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟର ଅଧ୍ୟାପକଓ ଅଧ୍ୟାପିକା ଛାତ୍ରଛାତ୍ରୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ