ମହଙ୍ଗା ମାଡ଼ରେ ଖାଉଟି ହନ୍ତସନ୍ତ : ଆଳୁ ପରେ ଏବେ ଅଣ୍ଡାର ପାଳି…

add-all


ବ୍ରହ୍ମପୁର: ନୂତନ ସରକାର ଆସିବା ପର ଠାରୁ ବଜାର କୁ ଯିବାକୁ ଗ୍ରାହକ ତ୍ରାହି ତ୍ରାହି ଡାକୁଥୁବା ଦେଖିବାକୁ ମିଳୁଛି। ଆଳୁ ପରେ ଏବେ ଗରିବ ଲୋକଙ୍କ ଆମିଷ ଖାଦ୍ୟ ଅଣ୍ଡାରେ ବି ଦରବୃଦ୍ଧି ହୋଇଛି। ବଜାର କୁ ଏବେ ଶହେ ଟଙ୍କା ଧରିଗଲେ ଆଳୁ କିଲେ ପିଆଜ କିଲେ ଆସୁନାହିଁ। ସମସ୍ତ ସାମଗ୍ରୀ ର ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଦରଦାମ ବୃଦ୍ଧି ଶାସକ ଦଳକୁ ବାଧୁନୀ ଥିବା ବେଳେ ସବୁ ବର୍ଗର ଲୋକେ ହନ୍ତସନ୍ତ ହେଉଥିବା ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି। ଗତ ୧୫ ଦିନ ହେଲା ଅଣ୍ଡା ଦର ହୁଁ ହୁଁ ହୋଇ ବଢ଼ି ଚାଲିଛି। ଅଣ୍ଡା ଦର ପାଇକରୀ ଭାବେ ୨୧୦ ଟି କୁ ୧୩୯୬ ଟଙ୍କା ଥିଲେ ବି ଖୁଚୁରା ରେ କିଏ ୮/୯ ଟଙ୍କା ରେ ବିକ୍ରି କରୁଛନ୍ତି। ଗରିବ ଲୋକଙ୍କ ଆମିଷ ଖାଦ୍ୟ ଭାବେ ଏକ ମାତ୍ର ବିକଳ୍ପ ହେଉଛି ଅଣ୍ଡା ସେଥିରେ ବି ଦରବୃଦ୍ଧି ହେଲାଣି। ସରକାଙ୍କ ପକ୍ଷରୁ ପୃଷ୍ଟିକର ଖାଦ୍ୟ ଭାବେ ଅଣ୍ଡା ଯୋଗାଇ ଦିଆଯାଉଛି,କିଶୋରୀ, ସ୍କୁଲର ମଧ୍ୟାନ୍ନ ଭୋଜନ ଗର୍ଭବତୀ ମାନଙ୍କୁ। ହେଲେ ସରକାର ଅଣ୍ଡା ପ୍ରତି ୫ଟଙ୍କା ଅଙ୍ଗନବାଡି କୁ ଦେଉଥିବା ବେଳେ ଅଣ୍ଡା ଦର
ବୃଦ୍ଧି ଯୋଗୁଁ ଦୀର୍ଘ ଦିନ ହେଲେ ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ଦେବା ବନ୍ଦ ହୋଇଛି। ଅଣ୍ଡା ଦର ବୃଦ୍ଧି ସମ୍ପର୍କ ରେ ନିସର୍ତ୍ତ ପକ୍ଷରୁ ଅନୁସନ୍ଧାନ ବେଳେ କିଛି ତଥ୍ୟ ହସ୍ତଗତ ହୋଇଛି। ସେଗୁଡିକ ହେଲା ପଡୋଶୀ ରାଜ୍ୟ ଆନ୍ଧ୍ରା ପ୍ରଦେଶ ରେ ବାର୍ଡ ଫ୍ଲୁ ହେବା ଯୋଗୁଁ ସେଠାରୁ ଅଣ୍ଡା ଆମଦାନୀ ସ୍ୱଳ୍ପ ହେବା, ତାମିଲନାଡୁ, କର୍ଣ୍ଣାଟକ ଓ ତେଲେଙ୍ଗାନା ରାଜ୍ୟରେ ବିଦେଶକୁ ପ୍ରଚୁର ପରିମାଣ ର ଅଣ୍ଡା ରପ୍ତାନି ହେବା ଯୋଗୁଁ ନିଅଣ୍ଟିଆ ହେବା ଏହାର ମୁଖ୍ୟ କାରଣ ବୋଲି ଜଣାପଡିଛି। ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ହୋଇଥିଲେ ବି ଏହାର ଫାଇଦା ନେଇ କିଛି ବ୍ୟବସାୟୀ ମନ ଇଚ୍ଛା ଦର ବୃଦ୍ଧି ଏବେ ଗ୍ରାହକ ମାନଙ୍କୁ କଟା ଘାରେ ଚୂନ ସଦୃଶ୍ୟ ହୋଇଛି। ଦରଦାମ ବୃଦ୍ଧି ହେଉଥିଲେ ବି ବାବୁ ମାନେ ଶୀତତାପ ନିୟନ୍ତ୍ରଣ କକ୍ଷରେ ରହିବା ଫଳରେ ଚଢା ଦରରେ ବିକ୍ରି କରୁଥିବା ବ୍ୟବସାୟୀ ମାନଙ୍କ ଏବେ ପୁଷ ମାସ ପାଲଟିଛି।

ad-week
Leave A Reply

Your email address will not be published.