ମୁଖ୍ୟମନ୍ତ୍ରୀ ଙ୍କୁ ସାମ୍ବାଦିକଙ୍କ ନାର୍ଯ୍ୟ ଦାବି ଜଣାଇଲା ଉତ୍କଳ ସାମ୍ବାଦିକ ସଙ୍ଘ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ର ଶୁଣାଣି କରିଥିବା ବେଳେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସାମ୍ବାଦିକ ମାନଙ୍କ ଦାବି ତଥା ମାଲକାନଗିରି ଜିଲ୍ଲା ର କିଛି ସମସ୍ୟା ନେଇ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି। ମୁଖ୍ୟତଃ ସାମ୍ବାଦିକ ମାନଙ୍କ ପାଇଁ ସୁରକ୍ଷା ଆଇନ ଲାଗୁ କରିବା, ମାସିକ ପେନସନ ପ୍ରଦାନ କରିବା, ସ୍ଵାସ୍ଥ୍ୟ ବିମା ୫ ଲକ୍ଷ ରୁ ୧୦ ଲକ୍ଷ ବଢାଇବା ସହ ଏଥିରେ ପିତାମାତା ଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିବା, ଜିଲ୍ଲାରେ ଏୟାରପୋର୍ଟ କାର୍ଯ୍ୟକ୍ଷମ ଏବଂ ଉଡାଣ କାର୍ଯ୍ୟ ଶୀଘ୍ର ଚାଲୁ କରିବା ଭଳି ଦାବି ଉଲ୍ଲେଖ ରହିଛି। ଏହି ଦାବିପତ୍ର ପ୍ରଦାନ ସମୟରେ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ର କାର୍ଯ୍ୟକାରୀ ସଭାପତି ଅଶୋକ ମିଶ୍ର, ସମ୍ପାଦକ ବି.ଶ୍ରୀନିବାସ ପାତ୍ର, ଉପଦେଷ୍ଟା ସୀମାଞ୍ଚଳ ପାଣିଗ୍ରାହୀ, କାର୍ଯ୍ୟାଳୟ ସମ୍ପାଦକ ସତ୍ୟ ନାରାୟଣ ଦାସ, ସଦସ୍ୟ ନିରଞ୍ଜନ ମଲ୍ଲ, ବିକ୍ରମ କେଶରୀ ସ୍ୱାଇଁ, ବିଟୁ ରାଓ, ଶିବ ପ୍ରସାଦ ଦାସ, କିଶୋର ପାତିକା, ରାହୁଲ ଗୋଲାରି, ମୃନାଲ ମଣ୍ଡଳ, ପଙ୍କଜ ଖରା, ବାଦଲ ବିଶ୍ୱାଳ, ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.