ମ୍ୟାଲେରିଆ ନିରାକରଣ ପାଇଁ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ

add-all

ବାଲିଗୁଡା : କୋଟଗଡ ବିଜୁ କଲ୍ୟାଣ ମଣ୍ଡପରେ ମ୍ୟାଲେରିଆ ନିରାକରଣ ପାଇଁ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ଉପସ୍ଥିତ ଅଥିତି ମାନଙ୍କ ଉଦ୍ଘାଟନ କରାଯାଇଥିଲା | ଏଥିରେ ଜିଲ୍ଲା ଭେକ୍ଟରବାହିତ ରୋଗ ପରାମର୍ଶଦାତା କୁମୁଦ ଚନ୍ଦ୍ର ସାହୁ, ଡିଏମଆରସିଏଚ ଆଶିଷ ମହାନ୍ତି, ବ୍ଲକ ଅଧ୍ୟକ୍ଷା ପିଙ୍କି କହଁର, ଜିଲ୍ଲା ପରିଷଦ ଜିରୀମିୟ ସୁନାମାଝି, ପୁଷ୍ପାଞ୍ଜଳି ଭାଟ ଉପାଧ୍ୟାକ୍ଷା, ସାଂସଦ ପ୍ରତିନିଧି ସନୁ ପ୍ରଧାନ, ନାରାୟଣ ପାତ୍ର, ବିଧାୟକ ପ୍ରତିନିଧି ମନୋଜ ସାବତ, ମେଡିକାଲ ଇନଚାର୍ଜ ଡ଼ଃ ଦେବନାଥ ଦେ, ସିଡିପିଓ ପି. ହରିଲକ୍ଷ୍ମୀ ଉପସ୍ଥିତ ରହି ମଶାରୀ ର ଉପକାରିତା ଓ ବ୍ୟବହାର ସମ୍ପର୍କରେ ବିଭିନ୍ନ ମତ ପ୍ରକାଶ କରିଥିଲେ ଏବଂ ବିପିଏମ ଶାନ୍ତନୁ ସାହୁ ପରିଚାଳନା କରିଥିବା ଦେଖିବାକୁ ମିଳିଛି |ପ୍ରଥମ ପର୍ଯ୍ୟାୟ ଗୋଟିଏ ପଡା ର ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଙ୍କ ସହଯୋଗ ରେ ଶତାଧିକ ପରିବାରକୁ ମଶାରୀ ବଣ୍ଟନ କରାଯାଇଛି | ଆଗାମୀ ଦିନ ରେ ପ୍ରତି ପଂଚାୟତ ର ପ୍ରତିଟି ଗାଁ ଗୁଡିକ ରେ ମଶାରୀ ବଣ୍ଟନ କରାଯିବ ବୋଲି କହିଛନ୍ତ ଡ଼ଃ ଦେବନାଥ ଦେ……..

ad-week
Leave A Reply

Your email address will not be published.