କେଳୁଆପଲ୍ଲୀ ପଞ୍ଚାୟତକୁ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର

youtube

ବ୍ରହ୍ମପୁର : କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବିତରଣ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର କେଳୁଆପଲ୍ଲୀ ପଞ୍ଚାୟତ ପୁରସ୍କୃତ ହୋଇଛି । ସର୍ବଭାରତୀୟସ୍ତରୀୟ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ କେଳୁଆପଲ୍ଲୀ ପଞ୍ଚାୟତ ସାରା ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଳଙ୍କୃତ କରିଛି । ସୁସ୍ଥ ପଞ୍ଚାୟତ ଗଠନଭାବେ ପୁରସ୍କୃତ ହୋଇଛି ପଞ୍ଚାୟତ। ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ଏହି ପଞ୍ଚୟତ ସାରା ଦେଶରେ ଖ୍ୟାତି ଅର୍ଜ୍ଜନ କରିଛି। ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପଂଚାୟତ ର ସରପଞ୍ଚ ଅରୁଣ କୁମାର ନାୟକ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରପଦୀ ମୁର୍ମୁ ଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ।କେନ୍ଦ୍ର ସରକାରଙ୍କ ପକ୍ଷରୁ ପଂଚାୟତ ର ବିକାଶ ପାଇଁ ୭୫ଲକ୍ଷ ଟଙ୍କା ଅର୍ଥରାଶି ମଧ୍ୟ ପ୍ରଦାନ କରାଯାଇଛି।୧୯୬୪ମସିହାରୁ ଏହି ପଞ୍ଚୟତର କେଳୁଆପଲ୍ଲୀ ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ହୋଇଥିଲା।ରଙ୍ଗେଇଲୁଣ୍ଡା ବ୍ଲକର ବହୁ ଗ୍ରାମବାସୀଙ୍କୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି ।ଯାହାକୁ ନେଇ ଏହି ସଂମ୍ମାନ ମିଳିଛି ।
ଏହା ଆମ ରାଜ୍ୟ ପାଇଁ ଗର୍ବ ଏଭଳି ସର୍ଵ ଭାରତୀୟ ସଂମ୍ମାନ ପାଇଁ ସରପଞ୍ଚ ଅରୁଣ କୁମାର ନାୟକ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏବଂ ପଞ୍ଚାୟତ ବାସୀ ଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି। ଆଜି ବ୍ରହ୍ମପୁର ପହଞ୍ଚିବା ପରେ ସରପଞ୍ଚ ଶ୍ରୀ ନାୟକ ଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଅମେରେନ୍ଦ୍ର ନାୟକ, ଅନୁଜ କୁମାର ନାୟକ, ଜିତେନ୍ଦ୍ର ନାୟକ, ଶିକ୍ଷକ ନେତା ରାଜେନ୍ଦ୍ର କୁମାର ପଣ୍ଡାଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.