ଆଇଏଏସ୍ ବିଷ୍ଣୁପଦ ସେଠୀ ସିବିଆଇ ଆଗରେ କେବେ ହେବେ ହାଜର !

add-all

ଭୁବନେଶ୍ୱର : ଆଇଏଏସ୍ ବିଷ୍ଣୁପଦ ସେଠୀ ସିବିଆଇ ଆଗରେ କେବେ ହାଜର ହେବେ । ତାଙ୍କୁ କାହିଁକି ସିବିଆଇ ସମନ କରିଛି। ଏହାକୁ ନେଇ ଲାଗି ରହିଛି ଚର୍ଚ୍ଚା । ଡିସେମ୍ବର ୭ ତାରିଖରେ ସିବିଆଇ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ କେସ୍ ରୁଜୁ କରିଥିଲା । କେନ୍ଦ୍ରୀୟ ପିଏସୟୁ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଇଣ୍ଡିଆ ଲିମିଟେଡର ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀଙ୍କ ସମେତ ୪ ଜଣ ଅଭିଯୁକ୍ତ ଥିଲେ । ୩ ଜଣଙ୍କୁ ଗିରଫ କରିଥିଲା ସିବିଆଇ। ଗିରଫ ଘଟଣାର ୪ ଦିନ ପରେ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ନୋଟିସ ପଠାଇଥିଲା ।

ସିବିଆଇ ଆଗରେ ହାଜର ହେବା ପାଇଁ କୁହାଯାଇଥିଲା। କୁହାଯାଇଥିଲା, ଏହି ମାମଲାରେ ସେ କିଛି ଗୁରୁତ୍ବପୂର୍ଣ୍ଣ ଏବଂ ଆବଶ୍ୟକୀୟ ତଥ୍ୟ ବିଷୟରେ ଅବଗତ ଥିବା ଜଣା ପଡିଛି। ନୋଟିସରୁ ସ୍ପଷ୍ଟ ଥିଲା ଯେ, ଏହି ମାମଲା ବିଷୟରେ କିଛି ଜାଣିଛନ୍ତି ବିଷ୍ଣୁପଦ। ଏବେ ସିବିଆଇ ତାଙ୍କଠାରୁ ସୁନିଶ୍ଚିତ କରିବାକୁ ଚାହୁଁଛି। ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ ଜେରା କରି ସାରିଛି ସିବିଆଇ। ବର୍ତ୍ତମାନ ସୁଦ୍ଧା ନିର୍ଦ୍ଦିଷ୍ଟ ଭାବେ ଜଣା ପଡି ନାହିଁ, ସିବିଆଇ ବିଷ୍ଣୁପଦଙ୍କଠାରୁ କଣ ତଥ୍ୟ ଜାଣିବାକୁ ଚାହୁଁଛି।  ଏ ସମୟରେ ଏକ ଚିଠି ସାମ୍ନାକୁ ଆସିଛି।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ପ୍ରମୁଖ ସଚିବ ଥିବା ବିଷ୍ଣୁପଦ ସେଠୀ ୧୯ ଅକ୍ଟୋବର ୨୦୨୪ରେ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ସିଏମଡିଙ୍କୁ ଚିଠି ଲେଖିଥିଲେ। ଆଶ୍ରମ ସ୍କୁଲକୁ ହାଇସ୍କୁଲ ଏବଂ ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ସ୍କୁଲକୁ ଅପଗ୍ରେଡ୍ କରିବାକୁ ଦାୟିତ୍ୱ ଦିଆଯିବା ପ୍ରସଙ୍ଗରେ ଚିଠିରେ ଉଲ୍ଲେଖ ଥିଲା । ଦୁଇ ସ୍କୁଲର ଅପଗ୍ରେଡେସନ ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ଥିଲା ୩୭ କୋଟି ଟଙ୍କା। ସ୍କୁଲ ଅପଗ୍ରେଡେସନ ସହ ଲାଞ୍ଚ ମାମଲା କିଛି ସମ୍ପର୍କ ଅଛି କି? ତାହା ସ୍ପଷ୍ଟ ହୋଇ ନାହିଁ।

ad-week
Leave A Reply

Your email address will not be published.