
ଫୁଲବାଣୀ : ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନେଡିପଦର, ଫିରିଙ୍ଗିଆ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଦ୍ଵାରା “ଅନିୟନ୍ତ୍ରିତ ଏସିଡ୍ ବିକ୍ରୟ, ନାଲସା (ଏସିଡ୍ ଆକ୍ରମଣର ଶିକାର ହୋଇଥିବା ଲୋକଙ୍କୁ ଆଇନ ସେବା) ଯୋଜନା, ପୋକସୋ ଆକ୍ଟ, ପୀଡିତା କ୍ଷତିପୂରଣ ଓ ସାଇବର ଅପରାଧ” ସମ୍ପର୍କିତ ଏକ ଆଇନ ସଚେତନତା ଶିବିର ଆୟୋଜନ କରାଯାଇଥିଲା ।
ଉକ୍ତ ସଚେତନତା ଶିବିରରେ ଶ୍ରୀମତୀ ଅନୁଶୀଲା ରୟ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ, ଶ୍ରୀ ସର୍ବେଶ୍ଵର ବେହେରା, ଡି.ଏସ.ପି., ଶ୍ରୀମତୀ ଗେଲି କୁମାରୀ ସାହୁ, ସାଇବର ଥାନା ଅଧିକାରୀ, ଆଇନଜୀବୀ ଶ୍ରୀ ତୁଷାରକାନ୍ତ ନାୟକ, ନେଡିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରଞ୍ଜନ କୁମାର ପାଢୀ, ଶିକ୍ଷୟିତ୍ରୀ ଶ୍ରୀମତୀ କଲ୍ୟାଣୀ କୁମାରୀ, ପାରା ଲିଗାଲ ସ୍ଵେଚ୍ଛାସେବୀ, ବିଦ୍ୟାଳୟର ଛାତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ଉକ୍ତ ସଭାରେ ବଜାରରେ ଏସିଡ୍ ର ଅନିୟନ୍ତ୍ରିତ ବିକ୍ରି ବଢୁଥିବା ହେତୁ ହେଉଥିବା ଏସିଡ ଆକ୍ରମଣ, ଏସିଡ ଆକ୍ରମଣ ପରେ ରହିଥିବା ଆଇନ ବ୍ୟବସ୍ଥା, କ୍ଷତିପୂରଣ, ପୋକସୋ ଆକ୍ଟ ଏବଂ ନିଜକୁ ସାଇବର ଆକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ସୋସିଆଲ ମିଡିଆ, ଅନଲାଇନ ବ୍ୟାଙ୍କିଙ୍ଗ, କ୍ରୟ ଓ ବିକ୍ରୟ ସମୟରେ ସତର୍କତା ଅବଲମ୍ବନ କରିବା । ଅଜ୍ଞାତ କଲରେ ହେଉଥିବା ଠକେଇରୁ ନିଜକୁ କିପରି ସୁରକ୍ଷିତ ରଖାଯାଇପାରିବ ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା । ଅଶୋକ କୁମାର ପ୍ରଧାନ, ପାରା ଲିଗାଲ ସ୍ଵେଚ୍ଛାସେବୀ ଉକ୍ତ ସଚେତନତା ଶିବିରକୁ ପରିଚାଳନା କରିଥିଲେ ।