ଉତ୍କଳ ସାମ୍ବାଦିକ ସଂଘର ବନ୍ଧୁ ମିଳନ, ଲୋକଙ୍କ ସମସ୍ୟାକୁ ଗୁରୁତ୍ବ ଦେବାକୁ ଆଲୋଚନା

add-all

ଦାରିଙ୍ଗବାଡ,୧୭/୧୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବ୍ରାହ୍ମଣୀଗାଁ ସ୍ଥିତ ସିପିଏସଡବ୍ଲୁ ପରିସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବ୍ଲକ ସଭାପତି ତରଣୀ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ସାମ୍ବାଦିକଙ୍କ ଅସୁବିଧା ସମୟରେ ସମସ୍ତେ ସମସ୍ତଙ୍କ ପ୍ରତି ସାହାଯ୍ୟ ମୋନୋଭାବ ରଖି ସାହାଯ୍ୟ ହାତ ବଢ଼ାଇବାକୁ କୁହା ଯାଇଥିଲା। ଏଥି ସହିତ ଲୋକଙ୍କର ରହିଥିବା ବ୍ୟକ୍ତିଗତ ସମସ୍ୟା ହେଉ କିମ୍ବା ସାମୁହିକ ସମସ୍ୟା ସହିତ ବ୍ଲକ ଅଞ୍ଚଳର ସମସ୍ୟା ପ୍ରତି ଅଧିକ ଗୁରୁତ୍ବ ଦେଇ ଲୋକ ଲୋଚନକୁ ଆଣି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ଦୃଢ ସଂକଳ୍ପ ନିଆ ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଲଷ୍ମୀକାନ୍ତ ରାଜଗୁରୁ ସଂଯୋଜନା କରିଥିଲା ବେଳେ ସଂପାଦକ ଅଶ୍ୱିନ ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ସାମ୍ବାଦିକ ପ୍ରେମ ଚାନ୍ଦ ସିଂ, ସୁଶାନ୍ତ କୁମାର ସାହୁ, ରାଜୀବ ମୁଠାମାଝୀ, ବରୁଣ କୁମାର ସିଂ ଓ ସତ୍ୟାର୍ଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ସତ୍ୟାର୍ ସିଂ ନେତୃତ୍ୱରେ ପଞ୍ଚାନନ ପଣ୍ଡା ,ପିଣ୍ଟୁ ପଣ୍ଡାଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତା ହୋଇଥିଲା ।

ad-week
Leave A Reply

Your email address will not be published.