
ବ୍ରହ୍ମପୁର : ଗୁରୁବାର ଦିନ ଚମାଖଣ୍ଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ତଥା ବିଦ୍ୟାଳୟ ପରିଚାଳକ ସୁଧାଂଶୁ ଶେଖର ଭୋଇଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିଚାଳନା ଉନ୍ନୟନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧକ୍ଷ ପ୍ରମୋଦ କୁମାର ବେହେରା ଶ୍ରୀ ଭୋଇ ଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିବା ବେଳେ ବିଦ୍ୟାଳୟ ଅନ୍ୟ ଶିକ୍ଷକ ମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟ ଅଧକ୍ଷ ଶ୍ରୀ ବେହେରା, ଶ୍ରୀ ଭୋଇ ଏବଂ ଅନ୍ୟ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଅସୁବିଧା ଗୁଡ଼ିକୁ ଜଣାଇଥିଲେ। ବିଗତ ବୈଠକରେ ହୋଇଥିବା କାର୍ଯ୍ୟ ଗୁଡ଼ିକ ସମୀକ୍ଷା କରାଯିବ ସହ ନୂତନ ଚେୟାର ଟେବୁଲ, ଲାଇବ୍ରେରୀ ବହି, ଖେଳ ସାମଗ୍ରୀ କିଣିବା ପାଇଁ ସମ୍ମତି ହୋଇଥିଲା। ଅନନ୍ୟ ଅସୁବିଧା ଗୁଡ଼ିକ ବିଷୟର ସମାଧାନ ଯଥାଶୀଘ୍ର ହେବ ବୋଲି ଚେୟାର ପର୍ସନ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ ଅତିଥି ମଧ୍ୟରେ ଛତ୍ରପୁର ତହସିଲଦାର ଦିବ୍ୟ ମହାନ୍ତି, ବ୍ଲକ ଉନ୍ନୟନ ଅଧିକାରୀଙ୍କ ପ୍ରତିନିଧି ରଶ୍ମିତା କୁମାରୀ ସାହୁ, ବ୍ଲକ୍ ଶିକ୍ଷାଧିକାରୀ ଙ୍କ ପ୍ରତିନିଧି ସଂଯୁକ୍ତ ରଥ, ଉପାଧ୍ୟକ୍ଷ ଯନ୍ତ୍ରୀ ଆର/ବି ଙ୍କ ପ୍ରତିନିଧି ସୋନିଆ ପ୍ରଧାନ, ଶିକ୍ଷାବିତ୍ ରମାକାନ୍ତ ପାଣିଗ୍ରାହି, ପୀତବାସ ପାଣିଗ୍ରାହି, ଚମାଖଣ୍ଡି ଉଚ୍ଚ ବିଦ୍ୟାଳୟ ଅଧ୍ୟକ୍ଷା ଯ୍ୟୋର୍ତି ମୟୀ ପାଣିଗ୍ରାହି, ବିଦ୍ୟାଳୟର ସ୍ମିତଞ୍ଜଳି ସାହୁ ଏବଂ ସ୍କୁଲ ବରିଷ୍ଠ ଶିକ୍ଷକ ରଞ୍ଜିତ କୁମାର ରଣା ଉପସ୍ଥିତ ଥିଲେ। ଶ୍ରୀ ଭୋଇ ସମସ୍ତ ବିଷୟ ଆଲୋଚନା କରିବା ସହ ବିଦ୍ୟାଳୟଟି ଅତି ସୁରୁଖୁରୁରେ ଏବଂ ଶିକ୍ଷକଙ୍କ ଉତ୍ତମ ଶିକ୍ଷାଦାନରେ ପରିଚାଳିତ ହୋଇଥିବାରୁ ଖୁସି ପ୍ରକଟ କରିଥିଲେ। ଆଗକୁ ବିଦ୍ୟାଳୟର ଉନ୍ନତି କାମନା କରିଥିଲେ। ଉପାଧ୍ୟକ୍ଷା ସ୍ମିତା ବାଳା ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ।