କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୮ତମ ବାର୍ଷିକୋତ୍ସବ ଅନୁଷ୍ଠିତ

Independence

କବିସୂର୍ଯ୍ୟନଗର : କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୮ ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରେସ୍ କ୍ଲବର ବାର୍ଷିକୋତ୍ସବରେ ସଭାପତି ସମରଜିତ୍ ମହାନ୍ତି ସଭାପତିତ୍ବ କରିଥିଲେ। ସାଧାରଣ ସମ୍ପାଦକ ସପ୍ନେଶ୍ବର ପାଣିଗ୍ରାହୀ ସମ୍ପାଦକୀୟ ପାଠ କରିବା ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ମୁଖ୍ଯ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ବାଇଁ, କବିସୂର୍ଯ୍ୟନଗର ଏନ୍ଏସି ଅଧ୍ୟକ୍ଷା ଏସ୍.ଲକ୍ଷ୍ମୀ,ଯୁବ ବିଜେଡି ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ସମାଜସେବୀ ଇ.ମାହେଶ୍ବରୀ ଦୋରା ଯୋଗ ଦେଇଥିଲେ। ” ଦରଦାମ ବୃଦ୍ଧି ଓ ସାଧାରଣ ଜନତା” କୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକ ବିବେକାନନ୍ଦ ସାହୁ,ସାମ୍ବାଦିକ ଆଲୋକ କୁମାର ଦାଶ.ସାମ୍ବାଦିକ କୃଷ୍ଣ ଚନ୍ଦ୍ର ନାହାକ,ସାଧାରଣ ଉମାଚରଣ ପଟ୍ଟନାୟକ, ପିପିଟି ର ଅଧ୍ୟକ୍ଷା ଦେବସ୍ମିତା ମହାନ୍ତି, ସାମ୍ବାଦିକା ଏସ୍.ବିଜୟ ଲକ୍ଷ୍ମୀ,ସାମ୍ବାଦିକ ନୃସିଂହ ନାଥ ସ୍ବାଇଁ ସମେତ କବିସୂର୍ଯ୍ୟନଗର ଏନ୍ଏସି ର କିଛି କାଉଁନସିଲର , କବିସୂର୍ଯ୍ୟନଗର ବ୍ଲକର କିଛି ସରପଞ୍ଚ ଓ ସମିତିସଭ୍ଯ ଉପସ୍ଥିତ ଥିଲେ। କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ବାର୍ଷିକୋତ୍ସବର ସଫଳତା ପାଇଁ ଅନୁଷ୍ଠାନ ପକ୍ଷରୁ ସଭାପତି ସମରଜିତ୍ ସମସ୍ତଙ୍କୁ ଧନ୍ୟବାଦ ଜଣାଥିଲେ।

ad-week
Leave A Reply

Your email address will not be published.