ଏନ୍ଏସି ହାଇସ୍କୁଲ ହିଞ୍ଜିଳିକାଟୁର ବାର୍ଷିକ ଉତ୍ସବ

add-all


ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ଅନ୍ତର୍ଗତ ସରକାରୀ ଏନ୍ ଏ ସି ହାଇସ୍କୁଲର ବାର୍ଷିକ ଉତ୍ସବ ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଶୁକ୍ରବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ରଜନୀ କାନ୍ତ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ମୁଖ୍ୟ ଅତିଥି, ସ୍କୁଲ ଆଲୁମିନ ଆସୋସିଏସନ୍ ସଭାପତି ଦ୍ବିତୀକୃଷ୍ଣ ପଣ୍ଡା ମୁଖ୍ୟବକ୍ତା, ପରିଚାଳନା କମିଟିର ସଭାପତି ସନ୍ତୋଷ କୁମାର ବେହେରା, ସମାଜସେବୀ ପର୍ଶୁରାମ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସରକାରୀ ସ୍କୁଲ ଗୁଡ଼ିକ ରେ ବିବିଧ ଭିତ୍ତିଭୂମିର ସୁବିଧା ପରେ ଛାତ୍ରଛାତ୍ରୀମାନେ ଏବେ ବିଭିନ୍ନ ସ୍ତରରେ ଉଚ୍ଚ କୋଟୀର ପ୍ରଦର୍ଶନ କରୁଥିବା ଅତିଥିମାନେ କହିଥିଲେ । ହିଞ୍ଜିଳିକାଟୁ ଅଞ୍ଚଳରେ ଏହି ସ୍କୁଲରେ ଶିକ୍ଷା ପ୍ରଦାନ ସବୁ ବେଳେ ପ୍ରଶଂସନୀୟ ରହିଛି ବୋଲି ବକ୍ତା ମାନେ କହିଥିଲେ। ସ୍କୁଲରେ ଅଧିକ ସଂଖ୍ୟାରେ ଶିକ୍ଷକ ନିଯୁକ୍ତି, ଖେଳ ପଡିଆ ଓ ଅନ୍ୟାନ୍ୟ ଆବଶ୍ୟକତା ସୁବିଧା ଯୋଗାଇ ଦେବା ନିମନ୍ତେ ସରକାରଙ୍କୁ ଅନୁରୋଧ କରାଯାଇଛି । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ ସଫଳ ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ପରିଚାଳନା କମିଟିର ବହୁ ସଦସ୍ୟ, ଅବିଭାବକ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.