ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବଡ଼ ପଣ୍ଡାଙ୍କ ବୋଲ ମାନୁ ନାହାନ୍ତି ସାନ ପଣ୍ଡା ମାନେ। ଦୀର୍ଘ ଦିନ ହେଲା ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକ ରେ ଦୁର୍ନୀତି ଏବେ ଚରମ ସୀମାରେ ପହଁଞ୍ଚିଛି। ଯେଉଁ ବିଭାଗ ରେ ହାତ ମାରିଲେ ସେଠାରେ ଦୁର୍ନୀତି ର ଗନ୍ଧ ବାରିହେଉଛି। ବହୁ ବ୍ଲକରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଅନ୍ୟତ୍ର ବଦଳୀ ହେବା ପରେ ସେସ୍ଥାନ ଖାଲି ରହିଛି। ବାବୁ ମାନେ ନଥିବା ଫଳରେ ଦୂର ଦୁରାନ୍ତ ରୁ ଆସୁଥିବା ବହୁ ଗରିବ ଗୁରୁବା ସେମାନଙ୍କ ଦୁଃଖ ଜଣେଇ ଧର୍ମକୁ ଆଦରି ଚୁପଚାପ ଚାଲି ଯାଉଛନ୍ତି। ଏପରି ଅବସ୍ଥା ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ଦେଖିବାକୁ ମିଳିଛି। ବିଜେଡ଼ି ସରକାର ସମୟରେ ଗଞ୍ଜାମ ଜିଲ୍ଲାକୁ ଯେତେ ପ୍ରଧାନ୍ୟ ଦିଆଯାଉଥିଲା ଏବେ ତାହାର ଦଶ ପ୍ରତିଶତ ବି କାର୍ଯ୍ୟ ଓ ଉନ୍ନୟନ ମୂଳକ କାର୍ଯ୍ୟ ହେଉନଥିବା ଚର୍ଚ୍ଚା ହେଲାଣି। ଡ଼ବଲ ଇଞ୍ଜିନ ଡବଲ ଦୁଃଖ ଦେବା ଭଳି ଲୋକେ ଛମାସ ହେଲା ଅନୁଭବ କରୁଥିବା ଆଲୋଚନା ହେଉଛି। ଜିଲ୍ଲାର ବଡ଼ ପଣ୍ଡାଙ୍କ ସମେତ ଅନ୍ୟ ସାନ ପଣ୍ଡା ମାନେ କେବଳ ନେତାଙ୍କ ବୋଲ ମାନୁଥିବା ଯୋଗୁଁ ଆଜି ଏଭଳି ଅବସ୍ଥା ହୋଇଥିବା ବିରୋଧି କହିଲେଣି। ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାକୁ ଦକ୍ଷ ପ୍ରଶାସନିକ ଅଧିକାରୀ ମାନଙ୍କୁ ନିଯୁକ୍ତି ଦେଲେ ସାଧାରଣ ଜନତା ଉପକୃତ ହେବେ। ଜିଲ୍ଲାରେ ଯିଏ ଯେମିତି ପାରିଲା ସେ ସେପରି ଲୁଟ କରୁଥିବା ମଧ୍ୟ ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଛି। ଜିଲ୍ଲାର ନିର୍ବାଚିତ ପ୍ରତିନିଧି ମାନେ ମୁଖିଆଙ୍କ ପାଖରେ ନିଜ ନିଜ ଅଞ୍ଚଳ ର ସମସ୍ୟା କଥା କହିବା ବଦଳରେ ନିଜ କଥା ଅଧିକ ଚିନ୍ତା କରୁଥିବା ନେଇ ଚର୍ଚ୍ଚା ହେଉଛି। ରାସ୍ତା ଘାଟ, ସ୍ୱାସ୍ଥ୍ୟ ସେବା, ଶିକ୍ଷା ବ୍ୟବସ୍ଥା କଥା ନକହିଲେ ଭଲ। ଯୁଦ୍ଧ କାଳୀନ ଭିତ୍ତିରେ ଗଞ୍ଜାମ ଜିଲ୍ଲାକୁ ସରକାର ନ ସଜାଡ଼ିଲେ ଆଗାମୀ ଦିନରେ ଗଞ୍ଜାମ ଲୋକେ ଏ ସରକାର ର ଲେଖା ଛିଡେଇବାକୁ ଅଧିକ ସମୟ ଲାଗିବ ନାହିଁ ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି।
