ଲାଞ୍ଚ ନେବା ଅଭିଯୋଗରେ ଅଭିଯୁକ୍ତକୁ ୪ ବର୍ଷ ସଶ୍ରମ କାରାଦଣ୍ଡ ୧୦ ହଜାର ଜୋରିମାନା

add-all

ଫୁଲବାଣୀ : ଏକ ଲାଞ୍ଚ ମାମଲାର ବିଚାର କରି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଡବ୍ଲ୍ୟୁ ଇ ଓ ରଞ୍ଜନ ଜେନାଙ୍କୁ ଚାରିବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧୂକ ୬ ମାସ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ,ତତ୍କାଳୀନ କିରିକୁଟି ୟୁଜି ଏମ ଇ ସ୍କୁଲ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସିଂଙ୍କ ମେସ ବିଲ ପାସ କରିବାପାଇଁ ସେତେବେଳେର ଡବ୍ଲ୍ୟୁ ଇ ଓ ଜେନା କୁଆଡେ ଦଶ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ । ତେବେ ପ୍ରଧାନ ଶିକ୍ଷକ ସିଂ ଶେଷରେ ୬ ହଜାର ଟଙ୍କା ଦେବା ଲାଗି ରାଜି ହୋଇଥିଲେ l ଆଉ ୨୨ ଡିସେମ୍ବର୨୦୧୬ ତାରିଖ ରେ ୬ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ସେଠାରେ ଛକି ବସିଥ‌ିବା ଭିଜିଲାନ୍ସ ବିଭାଗ ଅଧିକାରୀ ପି. ଛତ୍ରିୟା, ଓ ସିକନ୍ଦର ହେମ୍ରମ ପ୍ରମୁଖ ଜେନାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ସମସ୍ତ ଅର୍ଥ ଜବତ କରିଥିଲେ । ଆଜି ମଙ୍ଗଳବାର ଏହି ମାମଲାର ସାକ୍ଷ ପ୍ରମାଣ କୁ ଭିତ୍ତ କରି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ଅଭିଯୁକ୍ତ ରଞ୍ଜନ ଜେନାଙ୍କ ବିରୋଧରେ ଉପରୋକ୍ତ ରାୟ ଶୁଣାଇଛନ୍ତି ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଭିଜିଲାନ୍ସ ପିପି ଭି ଭି ରାମଦାସ ମକଦମା ପରିଚାଳନା କରୁଥିଲେ I

ad-week
Leave A Reply

Your email address will not be published.