
ଉମରକୋଟ /ରାଇଘର : ମାତ୍ର ୧୪ ବର୍ଷ ବୟସରେ ବଡ଼ ଦାୟିତ୍ୱ l ଏଭଳି ଏକ ଶୀର୍ଷକକୁ ନେଇ ଗତ ୨୦୨୦ ମସିହା ଅକ୍ଟୋବର ମାସ ୨୨ ତାରିଖରେ ରେ ଖବର ପ୍ରକାଶିତ ହୋଇଥିଲା l ଏହି ଖବର ମାଧ୍ୟମରେ ନିଜ ପାଗଳୀ ମା’ ର ବୋଝ ସହିତ ଆଶ୍ରୟ ନିମନ୍ତେ ଘର ଖଣ୍ଡିଏ ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରି ଗୁହାରି କରିଥିଲେ ତତସହିତ ଗ୍ରାମବାସୀଙ୍କ ପକ୍ଷରୁ ମଧ୍ୟ ଏହି ଅସହାୟ ପରିବାର ପ୍ରତି ସରକାରଙ୍କ ନିକଟରେ ନିବେଦନ ମଧ୍ୟ କରାଯାଇଥିଲା | କିନ୍ତୁ ସରକାରଙ୍କ ସହାୟତାକୁ ୪ ବର୍ଷ ଧରି ଅପେକ୍ଷା କରି କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ୧୮ ବର୍ଷର ପୁଅ ରାଖାଲ ସମଦ୍ଦାର l ଦୁଃଖ, ଯନ୍ତ୍ରଣା, ଘାତ, ପ୍ରତିଘାତ ସମ୍ଭାଳି ନପାରି ବିଗତ ୧୯ ତାରିଖ ଗୁରୁବାର ଦିନ ରାଖାଲ ଘାସ ମରା ଔଷଧ ଖାଇ ଗୁରୁତର ଅବସ୍ଥାରେ ଗ୍ରାମ୍ୟ ଲୋକଙ୍କର ସହାୟତ ରେ ରାଇଘର ମେଡିକାଲରେ ଭର୍ତ୍ତି ହୋଇଥିଲେ କିନ୍ତ ସେଠାରେ ତାଙ୍କର ଅବସ୍ଥା ଶୋଚନୀୟ ଥିବାରୁ କାଳ ବିଳମ୍ବ ନ କରି ତାଙ୍କୁ ଜୋନାଲ ସ୍ୱାସ୍ଥ୍ୟ କେନ୍ଦ୍ର ଉମରକୋଟ ଓ ପରେ ନବରଙ୍ଗପୁର ଏବଂ ସେଠାରୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ କୋରାପୁଟ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରାଖାଲ ମୃତ୍ୟୁ ବରଣ କରିଥିଲେ | ସ୍ଥାନୀୟ ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଛେଦ ପରେ ନିଜେଶ୍ୟ ରାଖାଲର କେହି ନ ଥିବାରୁ ଗ୍ରାମବାସୀଙ୍କୁ ହସ୍ତାନ୍ତର କରିଥିଲେ l “ଅନ୍ଧର ଜଷ୍ଟି” ଦୁଃଖିନୀ ମାର ଏକମାତ୍ର ପୁଅ ଚାଲିଯିବା ପରେ ଏବେ ପାଗଳୀ ମାଁ ସମ୍ପୁର୍ଣ୍ଣ ଋପେ ଅସହାୟ ହୋଇ ପଡିଛନ୍ତି l ସେହି ଭଙ୍ଗା ଘରେ ଏବେ ଗ୍ରାମବାସୀଙ୍କ ସହାୟତା କୁ ଅପେକ୍ଷା କରି ପାଗଳୀ ମାଁ ଦିନ କାଟୁଥିବା ଦେଖିବାକୁ ମିଲିଛି l ଏହି ଅସହାୟ ପରିବାର ପ୍ରତି ସରକାରଙ୍କ ଉଦାସୀନତା କେତେ ଯେ ପ୍ରଭାବ ପକାଇଛି ତାହା ସେଇ ପାଗଳୀ ମାଁ ଙ୍କୁ ଦେଖିଲେ ସହଜରେ ବୁଝି ହେଉଛି l
ପ୍ରକାଶ ଥାଉକି କୁମୁଲି (ଡି.ଏନ.କେ) ଗ୍ରାମର ଉପେନ ସମଦ୍ଦାରଙ୍କ ଝିଅ ମଙ୍ଗଲି ସମଦ୍ଦାରକୁ ରାଜସ୍ଥାନର ଅନାମ ନାମକ ଯୁବକ ଦୀର୍ଘ ୧୯ ବର୍ଷ ପୂର୍ବେ ଉମରକୋଟରେ କୋର୍ଟ ବିବାହ କରିଥିଲେ,ତା ପରେ ଦୁହେଁ ରାଜସ୍ଥାନକୁ ଚାଲି ଯାଇଥିଲେ l ସେଠାକୁ ଯିବାର ୮ ମାସ ପରେ ସ୍ବାମୀ ଅନାମ ମହଣ୍ଡ ଗ୍ରାମର ଅନ୍ୟ ଜଣେ ସମ୍ପର୍କୀୟା ସୁଜାତାଙ୍କ ସହିତ ମଙ୍ଗଲୀକୁ ବାପା ଘର କୁମୁଲି ପଠାଇ ଦେଇଥିଲେ ଏବଂ ମୁ ପରେ ଫେରିବି କହି ଅନାମ ଆଉ ଓଡ଼ିଶା କୁ ଫେରି ନଥିଲେ l ଅନ୍ୟପଟେ ମଙ୍ଗଳୀ କୁମଲି ନିଜ ଗ୍ରାମକୁ ଫେରିବା ସମୟରେ ସେ ଗର୍ଭବତୀ ଥିଲେ l ବାରମ୍ବାର ଫୋନ୍ ଯୋଗେ ମଙ୍ଗଲୀ ସ୍ବାମୀଙ୍କୁ ଡାକୁ ଥିବା ବେଳେ ଅନାମ କିନ୍ତୁ ନିଜ ବାପାଙ୍କୁ ସ୍ବାସ୍ଥ୍ୟ ଅବସ୍ଥା ଖରାପ ବୁଝିବାକୁ ପଡ଼ୁଛି ତେଣୁ ମୁଁ ସେଠାକୁ ଯାଇ ପାରିବି ନାହିଁ ବୋଲି ରୋକ ଠୋକ ମନା କରି ଦେଇଥିଲେ | ଏଥିରେ ମଙ୍ଗଲୀକୁ ମାନସିକ ସ୍ତରରେ ଶକ୍ତ ଧକ୍କା ଲାଗିଥିଲା l ମଝିରେ ମଝିରେ ସେ ଏକ ପ୍ରକାର ପାଗଳୀ ହୋଇ ଶେଷରେ ସେ ରାଖାଳକୁ ଜନ୍ମ ଦେଇଥିଲେ | ରାଖାଲ ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ ମାଁ ପାଗଳୀ ହୋଇ ଯାଇଥିବାରୁ ସେ ପାଠ ପଢା ସହିତ ପରିବାର ପୋଷଣର ଦାୟିତ୍ୱ ଉଠାଇବା ସହିତ ମାଙ୍କ ଯତ୍ନ ନେଉଥିଲେ। ଏମିତିକି ପ୍ରାୟ ସମୟରେ ରାଖଲ ପର ଘରେ କୁଳି ମଜୁରୀ କରି ଯାହା ମିଳୁଥିଲା ସେଥିରେ ସେ ଅତି କଷ୍ଟରେ ନିଜର ଘର ଚଳାଇ ଆସୁଥିଲେ l ଅଳ୍ପ ବୟସରୁ ଏଭଳି ଗୁରୁ ଦାୟିତ୍ୱ ରାଖଲ କରୁ କରୁ ଅସହାୟ ହୋଇ ବହୁତ ଘାତ ପ୍ରତିଘାତ ସହି କଷ୍ଟରେ ନିଜ ମାଙ୍କ ଦାୟିତ୍ୱ ନେଇ ସଂସାର ତରି ଚଳାଉଥିଲେ l ମଙ୍ଗଳୀ ସମଦ୍ଦାରଙ୍କ ଆଉ କେହି ସମ୍ପର୍କୀୟ ନଥିବାରୁ ମୁହଁ ବୁଲା ଗାଁ ସମ୍ପର୍କୀୟଙ୍କ ଘର ପଛପଟେ ଝାଟିମାଟି ଘରଟିଏ କରି ମାଁ ପୁଅ ଦୈନନ୍ଦିନ ଦୁଃଖ କଷ୍ଟ ସହି ରହି ଆସୁଥିଲେ l ପାଠ ପଢା ସାଙ୍ଗକୁ ସବୁବୋଝ ରାଖାଲ ସମଦ୍ଦାର ଉପରେ ଦିନକୁ ଦିନ ବଢିବାରେ ଲାଗୁଥିଲା l ବର୍ଷା ଦିନେ ଘରସାରା ପାଣି ପଶିବା ଫଳରେ ଚୁଲି ଜଳି ପାରୁ ନଥିଲା ଏବଂ ସେଦିନ ଦୁହେଁ ଭୋକ ଉପାସରେ ରହିବାକୁ ଗ୍ରାମବାସୀ କହିଛନ୍ତି।ଏହି ପରି ଘଟଣାକୁ ରାଖାଲ ସମଦ୍ଦାର ଭାବବିହ୍ୱୋଳ ହୋଇ ୪ ବର୍ଷ ପୂର୍ବେ ଗଣମାଧ୍ୟମରେ ପ୍ରକାଶ କରିଥିଲେ ତା ସହିତ ସେମାନଙ୍କୁ ଖଣ୍ଡିଏ ଘର ଏବଂ ମଙ୍ଗଳୀ ସମଦ୍ଦାରଙ୍କ ମାନସିକ ବିକୃତିର ସଠିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉ ବୋଲି ଗ୍ରାମବାସୀ ମଧ୍ୟ ସମ୍ବାଦଗଣ ମାଧ୍ୟମରେ ଜ଼ିଲ୍ଲା ପ୍ରଶାସନକୁ ଦାବି କରିବା ସହିତ ଅନୁରୋଧ କରିଥିଲେ l କିନ୍ତୁ ଶେଷରେ ଘାତ ପ୍ରତିଘାତ ସହି ବଞ୍ଚିବାକୁ ଆଶାର ଆଲୋକ ନ ପାଇଁ ଜୀବନ ଯୁଦ୍ଧରେ ରାଖାଲ ସମଦ୍ଦାର ଆତ୍ମହତ୍ୟା କରିଥିବା ଗ୍ରାମବାସୀ ସହ ଆଖ ପାଖ ଗ୍ରାମର ଗ୍ରାମବାସୀ ବୃନ୍ଦ ଆମ ଗଣମାଧ୍ୟମ ଆଗରେ ବର୍ଣ୍ଣନା କରି କହିଛନ୍ତି l