୯୯୯ କିଲୋ ଗଞ୍ଜେଇ ଚୋରା ଚାଲାଣ ମାମଲା, ଜମାନତରେ ଆସିବା ପରେ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରି ପୁଣି ଗିରଫ ହେଲେ ଅସୀମ ମାଲିକ

add-all

ମାଲକାନଗିରି, ୨୫।୧୨ : ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସ ଆଜି ବାଲିମେଳା ସହରର ଦୈନିକ ବଜାରରେ ରହୁଥିବା ଅସୀମ ମାଲିକ ନାମକ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିବା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏନେଇ ଓର୍କେଲ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବାଲିମେଳା ସହରର ଦୈନିକ ବଜାରରେ ରହୁଥିବା ଅସୀମ ମାଲିକ ଗତ ୨୦୨୧ ମସିହା ସେପ୍ଟେମ୍ବର ମାସରେ ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତିଙ୍କ ସହ ମିସି ପ୍ରାୟ ୯୯୯ କିଲୋ ଗଞ୍ଜେଇ ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ କରୁଥିବା ବେଳେ ଚିତ୍ରକୋଣ୍ଡା ଛକ ନିକଟରେ ପୋଲିସ ହାତରେ ଧରା ପଡ଼ିଥିଲେ। ଏନେଇ ଓର୍କେଲ ଥାନାରେ ଏକ ମାମଲା କେସ ନମ୍ବର ୯୪/୨୧ ୟୁ/ଏସ -୨୦(ବି)(ii)(ସି) ଏନଡିପିଏସ ଦଫାରେ ଗିରଫ କରି ଉଭୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପ୍ରାୟ ୩ମାସ ପୂର୍ବେ ଅସୀମ ଜମାନତରେ ନିଜ ଘରକୁ ଆସିଥିଲେ। ଏହି ମାମଲା କୋର୍ଟରେ ବିଚାରଧୀନ ରହିଛି। କିନ୍ତ କୋର୍ଟ ପକ୍ଷରୁ ଧାର୍ଯ୍ୟ ହୋଇଥିବା ତାରିଖରେ କୋର୍ଟରେ ହାଜର ହେବା ପାଇଁ ମାନ୍ୟବର କୋର୍ଟଙ୍କ ପକ୍ଷରୁ ଅସୀମଙ୍କୁ ବାରମ୍ବାର ନୋଟିସ ପଠାଯାଇଥିଲେ ମଧ୍ୟ ଅସୀମ କୋର୍ଟଙ୍କ ନିର୍ଦ୍ଧେଶକୁ ଅବମାନନା କରି କୋର୍ଟରେ ହାଜର ହେଉନଥିଲେ। ଶେଷରେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଧେଶ କ୍ରମେ ଅସୀମଙ୍କ ନାମରେ ଜାମୀନ ବିହୀନ ଗିରଫ ପରୱାନା ଜାରୀ କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଧେଶ କ୍ରମେ ଆଜି ଅସୀମଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.