ଆସିକାରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

add-all

ଆସିକା : ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ 28 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି l ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ, ଗଞ୍ଜାମ ଜୋନ ବିଜେଡି ସଭାପତି ନଚିକେତା ସ୍ୱାଇଁ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ହରେକୃଷ୍ଣ ମଲିକ, ହର ସାହୁ, ସରପଞ୍ଚ ତଥା ବିଜେଡି ନେତା ଟୁଟୁ ମଲିକ, ଶିବ ନାହାକ ଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସମେତ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ l ଏହି ପ୍ରତିଷ୍ଠା ଦିବସ ରେ ଆସିକା ବିଜୁ ଜନତା କାର୍ଯ୍ୟାଳୟ ଠାରୁ ବାଇକ ରାଲି ରେ ବାହାରି ବିଜୁ ପଟ୍ଟନାୟକ ସ୍ଥିତ ବିଜୁ ବାବୁ ଙ୍କ ପ୍ରତି ମୂର୍ତ୍ତି ଉପରେ ପୁଷ୍ପ ମାଲ୍ୟ ପରେ ମେଡିକାଲ ରେ ରୋଗୀ ଙ୍କୁ ଫଳ ବଣ୍ଟନ ପରେ ଦେବ ଭୂମି କଲ୍ୟାଣ ମଣ୍ଡପ ପରିସରରେ ସାଧାରଣ ସଭା ର ଆୟୋଜନ ହୋଇ ଥିଲା l

ad-week
Leave A Reply

Your email address will not be published.