ଫୁଲବାଣୀ :ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହକୁ ” ସୁଶାସନ ଦିବସ ଭାବେ ମହାସମାରୋହରେ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଲେ, ବାଜପେୟୀ ଭାରତକୁ ବିଶ୍ଵ ଦରବାରରେ ପ୍ରତିଷ୍ଠିତକରିପାରିଥିଲେ । ଭାରତ ମାତାର ସେବା କରିବାକୁ ସେ ନିଜକୁ ନିୟୋଜିତ କରିଥିଲେ । ତାଙ୍କ ସମୟରୁ ରୁହିଁ ଭୁଖ୍, ଭୟ ଓ ଭ୍ରଷ୍ଟାଚାରକୁ ହଟାଇବା ପାଇଁ ପଦକ୍ଷେପମାନ ନିଆଯାଉଛି କହିଲେ ଭୁଲ ହେବ ନାହିଁ । ୨୦୨୬ ମସିହା ବେଳକୁ ଓଡ଼ିଶା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ ବୋଲି ତାଙ୍କ ସରକାର ପଦକ୍ଷେପ ନେଉଛନ୍ତି । ବାଜପେୟୀ ଅନେକ ପଦକ୍ଷେପ ଆରମ୍ଭ କରି ସୁଶାସନ ପ୍ରଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳରେ ଆରମ୍ଭ ହୋଇଥିବା ଜନକୈନ୍ଦ୍ରିକ ପଦକ୍ଷେପ ଭାରତର ପରିବର୍ତନ ଯାତ୍ରାରେ ଏକ ଗୁରୁତ୍ଵପୂର୍ଣ ମୁହୁର୍ତ୍ତ ଥିଲା। ସେ ଥିଲେ ଧର୍ଯ୍ୟର ପ୍ରତୀକ । ଯେତେବେଳେ ଅନ୍ୟ ଦଳର ନେତାମାନେ ତାଙ୍କୁ ଥଟ୍ଟା କରୁଥିଲେ ସେତେବେଳେ ସେ ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବାକୁ ସ୍ବପ୍ନ ଦେଖୁଥିଲେ ଏବଂ ସେଥିପାଇଁ ସଂକଳ୍ପ ମଧ୍ୟ କରିଥିଲେ । କିଷାନ କ୍ରେଡିଟ୍ କାର୍ଡ,ଦିଲ୍ଲୀ, ମୁମ୍ବାଇ, ଚେନାଇ ଓ କଲିକତାକୁ ସଂଯୋଗୀ କରଣ ଜାତୀୟ ରାଜପଥ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ଗ୍ରାମୀଣ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ, ସର୍ବ ଶିକ୍ଷା ଅଭିଯାନ, ନଦୀ ଅନ୍ତଃସଂଯୋଗ ଏବଂ ଆଦିବାସୀ ବ୍ୟାପାର ପାଇଁ ମନ୍ତ୍ରଣାଳୟ ଭଳି ଯୋଜନା ସମାଜର ସମସ୍ତ ବର୍ଗଙ୍କୁ ପ୍ରଭାବିତ କରିଥିଲା। ଚାଷ ସହିତ ପ୍ରାଣୀ ସମ୍ପଦକୁ ବୃଦ୍ଧି ଅର୍ଥନୀତିରେ ସୁଧାର ଆସିପାରିବ l ସରକାରଙ୍କ ଯୋଜନାଗୁଡ଼ିକ କିଛି ମୁଷ୍ଟିମେୟ ଲୋକଙ୍କ ପାଖରେ ସୀମିତ ନ ରହି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ । ତେବେ, ଆସନ୍ତୁ ଆମେ ସମ୍ମିଳିତ ଭାବେ କାର୍ଯ୍ୟକରି ବାଜପେୟୀଙ୍କ ପରିକଳ୍ପନାକୁ ବାସ୍ତବରେ ପରିଣତ କରିବା ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ।
ମାନ୍ୟବର ବିଧାୟକ ଘୁ.ଉଦୟଗିରି ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ସମ୍ମାନୀତ ଅତିଥିଭାବେ ଯୋଗଦେଇ କହିଲେ, ଯେ ପର୍ଯ୍ୟନ୍ତ ଠିକ୍ ଶିକ୍ଷାଦାନ ଦିଆଯାଇ ପାରିନାହିଁ ସେ ପର୍ଯ୍ୟନ୍ତ ସୁଶାସନ ସମ୍ଭବ ହୋଇପାରିବ ନାହିଁ । ସୁଶାସନ ସେତେବେଳେ ସମ୍ଭବ ଯେତେବେଳେ ସମସ୍ତେ ନିଜ ନିଜର ଦାୟିତ୍ଵ ତୁଲାଇବେ । ଆବଶ୍ୟକ ପଡ଼ିଲେ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଆବଶ୍ୟକ ବୋଲି ମାନ୍ୟବର ବିଧାୟକ ଶ୍ରୀ ପ୍ରଧାନ କହିଲେ । ମାନ୍ୟବର ବିଧାୟକ ଫୁଲବାଣୀ ଶ୍ରୀ ଉମା ଚରଣ ମଲ୍ଲିକ ରାଷ୍ଟ୍ରକୁ ସଶକ୍ତ କରିବା ପାଇଁ ବାଜପେୟୀ କିଭଳି ଦ୍ରୁତ ସାମାଜିକ ତଥା ଅର୍ଥନୈତିକ ଅଭିବୃଦ୍ଧିକୁ ଗୁରୁତ୍ବ ଦେଉଥିଲେ ସେ ବିଷୟରେ ଆଲୋଚନା କରିଥିଲେ । ସେହିପରି, ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ଅମ୍ରିତ୍ ଋତୁରାଜ୍, ମୁଖ୍ୟ ଉନ୍ନୟନ ଅଧିକାରୀ – ତଥା- କାର୍ଯ୍ୟନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, କନ୍ଧମାଳ ଶ୍ରୀ ସ୍ନେହାଶିଷ ସାହୁ, ଉପ-ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ଚିତ୍ତରଞ୍ଜନ ମହନ୍ତ ଭାରତୀୟ ରାଜନୀତି ରେ ବାଜପେୟୀଙ୍କ ଅବଦାନ ଏବଂ ତାଙ୍କର ଦୃଷ୍ଟିକୋଣକୁ ସ୍ମରଣ କରିବା ପାଇଁ ସୁଶାସନ ଦିବସ ପ୍ରତିଷ୍ଠା କରାଯାଇଥିବା ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ପ୍ରକଳ୍ପ ପ୍ରଶାସକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡ଼ା ଶ୍ରୀ କୃପାସିନ୍ଧୁ ବେହେରା ପରିଚାଳନା କରିଥିବା ବେଳେ, ପ୍ରକଳ୍ପ ପ୍ରଶାସିକା, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଦେବଜାନୀ ଭୁୟାଁ ଧନ୍ୟବାଦ ଅର୍ପଣ କରିଥିଲେ। ସୁଶାସନ ଦିବସ ପାଳନ ଅବସରରେ ଜିଲ୍ଲାର କବିମାନଙ୍କ ଦ୍ବାରା ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ, ଜୀବନାଦର୍ଶ ଉପରେ ଆଧାରିତ କବିତା ପାଠୋତ୍ସବ କରାଯିବା ସହିତ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ସମାଜ ମଙ୍ଗଳ ବିଭାଗ ଓ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ତରଫରୁ ମୁଖ୍ୟ ଅତିଥିଙ୍କ ଦ୍ୱାରା କିଛି ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ରାଶି ଓ ଭତ୍ତା ବଣ୍ଟନ କରାଯାଇ ଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ, ସ୍ଥାନୀୟ ଜନସାଧାରଣ , ହିତାଧିକାରୀ , କବି, ସରକାରୀ ପଦାଧିକାରୀ, ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦେଇ ଥିଲେ ।
