ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପରେ ବିଜୁଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପୌରାଧ୍ୟକ୍ଷା ପାୟେଲ ବେହେରାଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି ।
ଫୁଲବାଣୀ ବିଜେଡିର ପୂର୍ବତନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ପୂର୍ବତନ ମନ୍ତ୍ରୀ ବିଷ୍ଣୁପ୍ରିୟା ବେହେରା, ପୂର୍ବତନ ବିଧାୟକ ଦୂଗୁଣି କହଁର,ପୂର୍ବତନ ବିଧାୟକ ଅଙ୍ଗଦ କହଁର, ଜିଲ୍ଲା ଯୁବ ବିଜୁ ଜନତା ଦଳର ସଭାପତି ବିଷ୍ଣୁ ଚାରଣ ମଲ୍ଲିକ , ଛାତ୍ରଜିଲ୍ଲା ସଭାପତି ସୁନୀଲ ସେଠି, ପୂର୍ବତନ ଖଜୁରୀପଡ଼ା ବ୍ଲକ୍ ଚେୟାରମ୍ୟାନ ବୀରେନ୍ଦ୍ର କହଁର, ପୂର୍ବତନ ମହିଳା ଜିଲ୍ଲା ସଭାନେତ୍ରୀ ତଥା ମହିଳା ମୋର୍ଚ୍ଚାର ରାଜ୍ୟ ସମ୍ପାଦିକା ସୁଶ୍ରୀ ପୁନମ କହଁର, ବରିଷ୍ଠ ଆଇନଜୀବୀ ତଥା ବିଜେଡି ନେତା , ସତ୍ୟ ନାରାୟଣ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ I ବିଜୁ ଜନତା ଦଳକୁ କିପରି ତୃଣମୂଳ ସ୍ତରରେ ସୁଦୃଢ଼ କରାଯିବ, ଅଧିକରୁ ଅଧିକ ସଦସ୍ୟ ଯୋଡ଼ିବା ପାଇଁ ବରିଷ୍ଠ ବିଜେଡି ନେତା ମାନେ ପରାମର୍ଶ ଦେଇଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ କୈଳାସ ମୁଖି, ବ୍ଲକ ଅଧକ୍ଷା, ସରପଞ୍ଚ, ସମିତି ସଭ୍ୟ, ଏବଂ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜୟଶ୍ରୀ କହଁର, ଚକାପାଜ ବ୍ଲକ ସଭାପତି ରାଜେଶ କୁମାର ଡିଗାଲ , ଫିରିଙ୍ଗିଆ ବ୍ଲକ ସଭାପତି ରଜନୀକାନ୍ତ ମଳିକ, ଫୁଲବାଣୀ ବ୍ଲକ ଅଧକ୍ଷ ବାଳକୃଷ୍ଣ କହଁର, ଖଜୁରୀପଡା ବ୍ଲକ ସଭାପତି ପଙ୍କଜ ମଳିକ, ଫିରିଙ୍ଗିଆ ବ୍ଲକ ଅଧକ୍ଷା ନମିତା ମଳିକ, ଫୁଲବାଣୀ ମହିଳା ନଗର ସଭାପତି ଲଳିତା ମୁନି, ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ପ୍ରତାପ ପାତ୍ର, କାଉନସିଲର ରାଜେନ୍ଦ୍ର ପାଢ଼ୀ, ସୁଶ୍ରୀ ମାଧବୀ ମିଶ୍ର, ମୃତ୍ୟଞ୍ଜୟ ପେରା, ଶ୍ରୀବଛ ବେହ୍ୱରା, ସ୍ନେହଲତା ପ୍ରଧାନ, ବିରଜା କହଁର, ତ୍ରିଲୋଚନ କହଁର, ଟୁନିସେଠି ସମେତ ମୁନିସିପାଲିଟି ର ପୂର୍ବତନ ସାଂସଦ ପ୍ରତିନିଧି ତଥା ଯୁବନେତା ବିକ୍ରମ ବେହେରା ମୁନିସିପାଲିଟିର ସମସ୍ତ ବିଜେଡି କାଉନସିଲର ବହୁ ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।
