ଜିରୋ ନାଇଟ ପାଇଁ ଦିଆଯିବ ନାହିଁ ଅସ୍ଥାୟୀ ଲାଇସେନ୍ସ, ଚୋରା ମଦ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ

add-all

ଭୁବନେଶ୍ବର: ଜିରୋ ନାଇଟ୍ ସେଲିବ୍ରେସନ ନେଇ କଟକଣା ଜାରି କରିଛି କମିଶନରେଟ ପୋଲିସ । ୩୧ ଡିସେମ୍ବର ସନ୍ଧ୍ୟାରୁ କଡ଼ାକଡ଼ି ଚେକିଂ ହେବ। ମଦ୍ୟପାନ କରି ଗାଡି ଚଳାଇଲେ ପୋଲିସ ବାନ୍ଧିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି। ଅନ୍ୟପଟେ ଜିରୋ ନାଇଟ୍କୁ ନେଇ ମଧ୍ୟ ଅବକାରୀ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି।

ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ପାଲନ ହେବ ଜିରୋ ନାଇଟ୍ ସେଲିବ୍ରେସନ୍। ଭୋଜି ଭାତ, ନାଚ ଗୀତର ଆସର ଜମିବ। ତେବେ ସେଲିବ୍ରେସନ୍ ବେଳେ ଯେପରି କୌଣସି ଅପରାଧ ନଘଟେ ତା’ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏହାକୁ ଦୃଷ୍ଟିରେ ରଖି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଜିରୋ ନାଇଟ ପାଇଁ ଦିଆଯିବ ନାହିଁ କୌଣସି ଅସ୍ଥାୟୀ ଲାଇସେନ୍ସ। ଚୋରା ମଦ ବିକ୍ରି କଲେ ସରକାର ନେବେ କଠୋର କାର୍ଯ୍ୟାନୁଷ୍ଠାନ।

ଜିରୋ ନାଇଟ ସେଲିବ୍ରେସନର ଆଳ ଦେଖାଇ କେହି ଚୋରା ମଦ ବିକ୍ରି କରିପାରିବେ ନାହିଁ। ଆଗାମୀ ଜାନୁଆରୀ ଶେଷ ପର୍ୟ୍ୟନ୍ତ କଡ଼ା ଚେକିଂ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ଜିଲ୍ଲାକୁ ମଧ୍ୟ ଜଣାଇ ଦିଆଯାଇଛି ବୋଲି ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି।

ad-week
Leave A Reply

Your email address will not be published.