ପାଳଗଦାରୁ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର, ସ୍କୁଟି ସହ ଯୁବକଙ୍କୁ ଜାଳି ଦେଇଥିବା ସନ୍ଦେହ

add-all

ସୁନ୍ଦରଗଡ଼଼: ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଲେଫ୍ରିପଡ଼ା ଥାନା ସର୍ଗିପାଲି ନବୋଦୟ ସ୍କୁଲ ପଛ ପଟେ ଥିବା ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କେହି ସ୍କୁଟି ସହ ଯୁବକଙ୍କୁ ଜାଳି ଦେଇଥିବା ସନ୍ଦେହ କରାଯାଇଛି।

ସୂଚନା ଅନୁଯାୟୀ, ଏକ ଚାଷ ଜମିରେ ଗଦାହୋଇ ରହିଥିବା ଜଳନ୍ତା ପାଳଗଦାରେ ଏକ ମୃତଦେହ ଥିବା ଦେଖି ସ୍ଥାନୀୟ ଲୋକେ ଦେଖି ପୁଲସିକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧ ଦଗ୍ଧ ମୃତଦେହକୁ ଉଦ୍ଧାର ପରେ ଜବତ କରିଛି। ତାଙ୍କର ସ୍କୁଟିଟି ସମ୍ପୂର୍ଣ୍ଣ ଜଳିଯାଇଛି । ସ୍କୁଟିର ଯନ୍ତ୍ରାଂଶ ଜବତ କରିଛି ପୁଲିସ। ହେଲେ କିଏ କାହିଁକି ଏହିଭଳି ଭାବରେ କାହାକୁ ପାଳ ଗଦା ଭିତରେ ଜଳାଇଲା ତାହା ଏବେ ପୁଲସି ପାଇଁ ଏକ ବଡ଼ ପ୍ରଶ୍ନ ପାଲଟିଛି । ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

ad-week
Leave A Reply

Your email address will not be published.