ଜାତୀୟ ସବ୍ ଜୁନିୟର ନେଟ୍ ବଲ ପ୍ରତିଯୋଗିତାରେ ଗଞ୍ଜାମର ଛାତ୍ରଛାତ୍ରୀ…

add-all

ବ୍ରହ୍ମପୁର: ଡ଼ିସେମ୍ବର ୨୮ ତାରିଖରୁ ତାମିଲନାଡୁର ରାଜଧାନୀ ଚେନ୍ନାଇଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସବ୍ ଜୁନିୟର ନେଟ୍ ବଲ ପ୍ରତିଯୋଗିତା ପାଇଁ ଓଡ଼ିଶା ସବ୍ ଜୁନିୟର ନେଟ୍ ବଲ ଦଳ ଘୋଷିତ ହୋଇଛି। ଏହି ଦଳରେ ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ବ୍ରହ୍ମପୁରର ଛାତ୍ର ରାଧେଶ୍ୟାମ ପାତ୍ର, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛତ୍ରପୁରର ଛାତ୍ର ଅଂଶୁମାନ ଷଡ଼ଙ୍ଗୀ, ଅମର ଜ୍ୟୋତି ଇଂରାଜୀ ବିଦ୍ୟାଳୟର ଛାତ୍ର ଜଗନ୍ନାଥ ନାୟକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚମାଖଣ୍ଡି ଛତ୍ରପୁରର ଛାତ୍ରୀ ଅର୍ପିତା କାଣ୍ଡି , ସୋନାଲି ଗଉଡ଼, ଭାରତୀ ପ୍ରଧାନ, ରୋସନି ମହାରଣା, ଜି. ବନ୍ଦନା ରେଡ୍ଡି, ବୈଶାଖୀ ଲେଙ୍କା, ସିମ୍ରନ୍ ଚୌଧୁରୀ, ଆସ୍ମା ପ୍ରଧାନ ଆଦି ଗଞ୍ଜାମ ଜିଲ୍ଲାର ୧୧ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି । ଏମାନେ ସମସ୍ତେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚମାଖଣ୍ଡି ଛତ୍ରପୁରର କ୍ରୀଡ଼ା ଶିକ୍ଷକ ତଥା ପ୍ରଶିକ୍ଷକ ଶ୍ରୀ ପିଣ୍ଟୁ ବେହେରାଙ୍କଠାରୁ ତାଲିମ ନେଉଥିଲେ । ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାଣିକପୁରର କ୍ରୀଡା ଶିକ୍ଷକ ସୁନୀଲ କୁମାର ନାୟକ ପ୍ରଶିକ୍ଷକ ଭାବେ ଓ ଶ୍ରୀକୃଷ୍ଣ ସାହୁ ସରକାରୀ ଉଚ୍ଚ ବିଦ୍ୟାଳୟ ନିମଖଣ୍ଡିର କ୍ରୀଡା ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ନାୟକ ପରିଚାଳକ ଭାବେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଧରି ଗତ ଡିସେମ୍ବର ୨୬ ତାରିଖ ଗୁରୁବାର ଦିନ ଚେନ୍ନାଇ ଅଭିମୁଖେ ରେଳ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି।

ad-week
Leave A Reply

Your email address will not be published.