ଓଡ଼ିଶାରେ ପହଞ୍ଚିଲା ପ୍ରଥମ ଡବଲ ଡେକର ବସ୍‌, ରହିଛି ଅତ୍ୟାଧୁନିକ ସୁବିଧା

add-all

ଭୁବନେଶ୍ବର : ବହୁ ପ୍ରତିକ୍ଷା ପରେ ଓଡ଼ିଶା ମାଟିରେ ପାଦ ଦେଲା ଗୋଟିଏ ଇଲେକ୍ଟ୍ରି ଡବଲ ଡେକର ବସ୍‌। ବସ୍‌ଟି ଆନ୍ଧ୍ରପ୍ରଦେଶ ବର୍ଡର ଅତିକ୍ରମ କରି ବ୍ରହ୍ମପୁରରେ ପହଞ୍ଚିଛି। ଏହି ବସ୍‌କୁ ନେଇ ଓଡ଼ିଶାବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। କାରଣ ଏଥିରେ ରହିଛି ଓଡ଼ିଶାର କଳା, ସଂସ୍କୃତିର ଝଲକ ।
ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ମହାରାଷ୍ଟ୍ରରୁ ୫ଟି ଇଲେକ୍ଟ୍ରି ଡବଲ ଡେକର ଓଡ଼ିଶା ଅଭିମୁଖେ ବାହାରିଛି। ଗତ ୨୮ ତାରିଖରେ ଦୁଇଟି ବସ୍‌ ବାହାରିଥିବା ବେଳେ ସେଥିରୁ ଗୋଟିଏ ବସ୍‌ ଆଜି ବ୍ରହ୍ମପୁରରେ ପହଞ୍ଚିଛି। ବ୍ରହ୍ମପୁରରେ କିଛି ସମୟର ରହଣି ପରେ ତାହା ଭୁବନେଶ୍ୱର ଅଭିମୁଖେ ବାହାରିଛି । ଏହାପରେ ଗତ ୩୧ ତାରିଖରେ ଗୋଟିଏ ଓ ଗତ ୧ ତାରିଖରେ ଆଉ ଦୁଇଟି ବସ୍‌ ଓଡ଼ିଶା ଅଭିମୁଖେ ବାହାରି ସାରିଛି।
ଏହି ବସ୍‌ ସର୍ବ ଭାରତରେ ପ୍ରଥମ ବୋଲି ଜଣାଯାଇଛି। ଥରେ ବିଦ୍ୟୁତ୍‌ ସଂଯୋଗ କଲେ ଏହା ପ୍ରାୟ ୨୫୦ରୁ ୩ଶହ କିମି ପର୍ଯ୍ୟନ୍ତ ଯାଇ ପାରିବ । ବସ୍‌ଟି ୫୫ ସିଟ୍‌ ବିଶିଷ୍ଟ ହୋଇଥିବା ବେଳେ ଏହାର ବେଗ ୪୫ କିମି ରହିଛି। ଏହା ଶୀତତାପ ନିୟନ୍ତ୍ରୀତ ବସ୍‌ ହୋଇଥିବା ବେଳେ ତାହା ସବୁବେଳେ ସିସିଟିଭି ନଜରରେ ରହିବ । ଏଥିସହ ଏହାର ସିଟ୍‌କୁ ବି ଯାତ୍ରୀଙ୍କ ନିମନ୍ତେ ଆରାମଦାୟକ କରାଯାଇଛି।
ପ୍ରଥମେ ପ୍ରବାସୀଙ୍କୁ ବୁଲାଇବ ପରେ ଏହି ବସ୍‌ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀରେ ଚାଲିବ । ଡବଲ ଡେକର ବସ୍ରେ ଓଡ଼ିଆ କଳା ସଂସ୍କୃତିର ଚିହ୍ନ ରହିଛି । ସାମ୍ନା ପଟରେ ରହିଛି କୋଣାର୍କ ଚକ ଚିହ୍ନ । ଶ୍ରୀମନ୍ଦିର, ଧଉଳି ଶାନ୍ତି ସ୍ତୁପ ଓ କଟକ ବାଲିଯାତ୍ରାର ଛବି ବି ଏହି ବସ୍‌ରେ ରହିଛି । ଫଳରେ ଅତ୍ୟାଧୁନିକ ସେବାରେ ପରିପୂର୍ଣ୍ଣ ଏହି ବସ୍‌ ଓଡ଼ିଶାର କଳା ସଂସ୍କୃତିକୁ ବି ବହନ କରିଛି।
ପ୍ରାରମ୍ଭିକ ଭାବେ ପ୍ରବାସୀ ଭାରତୀୟଙ୍କୁ ବୁଲାଇବ ଡବଲ୍ ଡେକର ବସ୍। ଏନେଇ ସୂଚନା ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଏହି ଅବସରରେ ସେ କହିଛନ୍ତି, ପ୍ରବାସୀ ଭାରତୀୟ ଙ୍କ ଉଦ୍ଦେଶ୍ୟରେ ଏହାକୁ ପ୍ରଥମେ ବ୍ୟବହାର କରାଯିବ। ପରେ ସାଧାରଣ ଲୋକଙ୍କ ପାଇଁ ବ୍ୟବହୃତ ହେବ।
କଟକରୁ ଭୁବନେଶ୍ୱର ମଧ୍ୟରେ ୨ଟି ଡବଲ୍ ଡେକର୍ ବସ୍ ଓ ଭୁବନେଶ୍ୱରରୁ ପୁରୀ ମଧ୍ୟରେ ଅନ୍ୟ ୨ଟି ବସ୍ ଚଳାଇବା ପାଇଁ ଯୋଜନା କରିଛି କ୍ରୁଟ୍ । ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଡବଲ ଡେକର ବସ୍ ଚାଲିବାକୁ ଥିବରୁ ଏହାକୁ ନେଇ ରାଜଧାନୀବାସିନ୍ଦାଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

ad-week
Leave A Reply

Your email address will not be published.