ଦୁର୍ଘଟଣାଗ୍ରସ୍ତ ହେଲା ଗାଙ୍ଗୁଲିଙ୍କ ଝିଅଙ୍କ କାର୍, ଧକ୍କା ଦେଲା ବସ୍

add-all

କୋଲକାତା: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପୂର୍ବତନ ଷ୍ଟାର କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଝିଅ ସନା ଗାଙ୍ଗୁଲି। କାର୍ ଯୋଗେ ଯାଉଥିବା ବେଳେ ତାଙ୍କ କାରକୁ ଏକ ବସ୍ ଧକ୍କା ଦେଇଥିଲା ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ତାଙ୍କ କାରର ଲୁକିଂ ଗ୍ଲାସ୍(କାରର ସାମ୍ନା କବାଟ ପାଖରେ ଲାଗିଥିବା କାଚ) ଭାଙ୍ଗି ଚୁରମାର ହୋଇଥିବା ବେଳେ ସନା ସୁରକ୍ଷିତ ଥିବା ଜଣଯାଇଛି। ଏହି ଘଟଣା ପରେ ଏବେ ପୁଲିସ ବସ୍ ଚାଳକକୁ ଅଟକ ରଖିଛି।

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ସନ୍ଧ୍ୟା ୬ଟା ୩୦ରେ ଠାକୁରପୁକୁର ଯାଉଥିବା ବେହାଲା ଚୌରାସ୍ତା କ୍ରସିଂରେ ଏହି ଘଟଣା ଘଟିଥିଲା। ଦୁର୍ଘଟଣା ଘଟିବା ସମୟରେ ସନା କାରର ଆଗ ସିଟରେ ବସିଥିଲେ। ବସ୍ ଚାଳକ ବେପରୁଆ ଭାବେ ଗାଡ଼ି ଚଳାଉଥିବା ବେଳେ ଗାଙ୍ଗୁଲିଙ୍କ କାର୍ ସହିତ ଆସି ଧକ୍କା ଖାଇଥିଲା। ହେଲେ ସନାଙ୍କ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗଁ ଦୁହିଁଙ୍କ ଜୀବନ ବଞ୍ଚି ଯାଇଥିବା ସାମ୍ନାକୁ ଆସିଛି। ଘଟଣା ଘଟାଇ ବସ୍ ଚାଳକ ଖସିଯିବାକୁ ବସିଥିବା ବେଳେ ସ୍ଥାନୀୟ ଲୋକ ଏବଂ ପୁଲିସ ବସ୍‌ଟିକୁ ପିଛା କରି ଚାଳକକୁ କାବୁ କରିଥିଲେ।

ad-week
Leave A Reply

Your email address will not be published.