ଆୟର୍ଲାଣ୍ଡକୁ ୬ ଓ୍ବିକେଟରେ ହରାଇଲା ଭାରତୀୟ ମହିଳା କ୍ରିକେଟ ଦଳ

add-all

ରାଜକୋଟ୍ : ରାଜକୋଟରେ ଅନୁଷ୍ଠିତ ଆଇସିସି ଚାମ୍ପିଅନସିପର ଏକ ମ୍ୟାଚରେ ଭାରତୀୟ ମହିଳା ଦଳ ଆୟର୍ଲାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି । ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୩୯ ରନର ଟାର୍ଗେଟ ଦେଇଥିଲା। ଜବାବରେ ଭାରତ ୩୪.୩ ଓଭରରେ ମ୍ୟାଚ୍ ଜିତି ନେଇଥିଲା। ଭାରତ ପକ୍ଷରୁ ପ୍ରତୀକ ରାୱଲ ଓ ତେଜଲ ଭଲ ପ୍ରଦର୍ଶନ କରିଥିଲେ। ଦୁହେଁ ଅର୍ଦ୍ଧଶତକ ହାସଲ କରିଥିଲେ। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଖେଳିଥିଲା।

ଟସ୍ ଜିତି ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ୨୭ ରନ୍ ରେ ଦଳ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ସାରା ଫୋର୍ବ୍ସ ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଉନା ରେମଣ୍ଡ ୫ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ସେହିପରି ଓର୍ଲା ୯ ରନ୍ କରିଥିଲେ। କିନ୍ତୁ ଅଧିନାୟକ ଗ୍ୟାବି ଲୁଇସ୍ ଗୋଟିଏ ଅନ୍ତ ବଜାୟ ରଖିଥିଲେ। ସେ ୧୫ ଚୌକା ସାହାଯ୍ୟରେ ୯୨ ରନ୍ କରିଥିଲେ। ଲି ପଲ୍ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ସେ ୭ ଚୌକା ସାହାଯ୍ୟରେ ୫୯ ରନ୍ କରିଥିଲେ।

ଆୟର୍ଲାଣ୍ଡ ଦେଇଥିବା ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ୩୪.୩ ଓଭରରେ ମ୍ୟାଚ୍ ଜିତି ନେଇଥିଲା। ଟିମ୍ ଇଣ୍ଡିଆ ଭଲ ଆରମ୍ଭ କରିଥିଲା। ମନ୍ଧାନା ଓ ପ୍ରତୀକାଙ୍କ ମଧ୍ୟରେ ଏକ ଭଲ ଭାଗିଦାରୀ ହୋଇଥିଲା। ମନ୍ଧାନା ୬ ଚୌକା ଓ ୧ ଛକା ସାହାଯ୍ୟରେ ୪୧ ରନ୍ କରିଥିଲେ। ସେହିପରି ପ୍ରତୀକ ୧୦ ଚୌକା ଓ ୧ ଛକା ସାହାଯ୍ୟରେ ୮୯ ରନ୍ କରିଥିଲେ। ତେଜଲ୍ ୫୩ ରନ୍ କରିଥିଲେ।

ad-week
Leave A Reply

Your email address will not be published.