ଭୁବନେଶ୍ୱର //ନୟାଗଡ: ଖଣ୍ଡପଡ଼ା ବ୍ଲକ ବେଣାଗାଡ଼ିଆ ପଞ୍ଚାୟତ ଅଧୀନ ବରକୋଳି ଛକରେ ଚୋରା ବାଲି ଗାଡ଼ି ଜବତ କରି ପୋଲିସ ଜିମା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଘଟଣାରେ ପୋଲିସ ନିଷ୍କ୍ରିୟତାକୁ ନେଇ ମନ୍ତ୍ରୀ ବର୍ଷିଥିବା ବେଳେ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ ଗତକାଲି ପୌଷ ପୂର୍ଣ୍ଣମୀରେ ପ୍ରଭୁ ନୀଳମାଧବଙ୍କ ସୁନା ବେଶ ଦର୍ଶନ ଓ ଭଜନ ସନ୍ଧ୍ୟାକୁ ଉଦଘାଟନ କରିବାକୁ ଆସିଥିଲେ ଖଣିମନ୍ତ୍ରୀ ବିଭୁତି ଭୂଷଣ ଜେନା। କାର୍ଯ୍ୟକ୍ରମ ସାରି ମନ୍ତ୍ରୀ ଫେରୁଥିଲେ। ନୟାଗଡ଼ ଖଣ୍ଡପଡା ଥାନା ବରକୋଳା ନିକଟରେ ବାଲି ଭର୍ତ୍ତି ହାଇୱା ଦେଖି ଅଟକାଇଥିଲେ । ଗାଡିକୁ ଅଟକାଇ ବାଲି ଚାଲାଣର କାଗଜ ପତ୍ର ମଧ୍ଯ ମାଗିଥିଲେ। ହାଇୱା ଗାଡି କାଗଜ ମାଗିଥିବା ବେଳେ କୌଣସି ବାଲି ବୋଝେଇ ଗାଡିର କେ ଫର୍ମ ନଥିବା ଦେଖିବାକୁ ମିଳିଥିଲା ।ବାଲି ବୋଝେଇ ଗାଡ଼ି ମହାନଦୀ ଘାଟରୁ ବାଲି ଉଠାଇ ବେଆଇନ ଭାବେ ଚାଲାଣ ହେଉଥିବା ସୂଚନା ମିଳିଛି। ତେବେ ଜବତ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ବାଲି ବୋଝେଇ ଗାଡ଼ିଗୁଡ଼ିକର କେ ଫର୍ମ ନଥିବା ବେଳେ କେଉଁଠିକୁ ଏହା ଚାଲାଣ ହେଉଥିଲା ସ୍ପଷ୍ଟ ହୋଇନି । ତେବେ ୧୦ରୁ ଉର୍ଦ୍ଧ୍ବ ହାଇୱାକୁ ଅଟକାଇ ଖଣ୍ଡପଡା ପୋଲିସ ଜିମା ଦେଇଛନ୍ତି । ନୟାଗଡ ପରିବହନ ଅଧିକାରୀ, ଖଣ୍ଡପଡା ତହସିଲଦାର ଓ ଖଣିବିଭାଗ ଗାଡିକୁ ଯାଞ୍ଚ କରିଥିଲେ । କାଗଜ ପତ୍ରରେ ଅବହେଳା ଥିବାକୁ ୧ ଲକ୍ଷ ୯୪ ହଜାର ଟଙ୍କା ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ସୂଚନା ଥାଉକି ଖଣି ମନ୍ତ୍ରୀ ଙ୍କ ନିଜ ଜିଲ୍ଲା ରେ କେବେ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରୁଛନ୍ତି l ଗଞ୍ଜାମ ଜିଲ୍ଲା ରେ ଚୋରା ବାଲି ଚାଲାଣ ଶୀର୍ଷରେ ପହଞ୍ଚି ଗଲାଣି, ତଳ ଦିନେ ଗଞ୍ଜାମ ଜିଲ୍ଲାର ଜଣେ ବିଧାୟକ ଙ୍କ ବାଲି ଗୁତା ଧାରୀ ଙ୍କୁ ବଟି ମାଗିବା ଘାଟଣ ସମଗ୍ର ଓଡିଶା ରେ ଚର୍ଚ୍ଚା ହୋଇଥିଲା କିନ୍ତୁ ସେତେବେଳେ ମନ୍ତ୍ରୀ ଚୁପ ଥିଲେ l ଗଞ୍ଜାମ ଜିଲ୍ଲାରୁ ପ୍ରତ୍ୟେକ ଦିନ ସହ ସହ ବାଲି ଟ୍ରକ ପଡୋଶୀ ଆନ୍ଦ୍ର ପ୍ରଦେଶ କୁ ଚୋରା ଚାଲାଣ ହେଉଛି ଏହା ଖୋଦ ଜିଲ୍ଲା ପ୍ରଶାସନ ଓ ମନ୍ତ୍ରୀ ବି ଜାଣନ୍ତି l ଗଞ୍ଜାମ ଜିଲ୍ଲାର ବାଲି ମାଫିଆ ମାନେ ପ୍ରଶାସନ ଏବଂ ମନ୍ତ୍ରୀ ଙ୍କୁ ସନ୍ତୁଷ୍ଟ କରି ବ୍ୟବସାୟ ଚଲାଉଛନ୍ତି ବୋଲି ଚର୍ଚ୍ଚା ହେବା ସହିତ ଗଣ ମାଧ୍ୟମରେ ଖବର ରୀତିମତ ପ୍ରସାର ହେଉଛି ଦେଖା ଯାଉ ମନ୍ତ୍ରୀ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାର ବାଲି, ଖଣି ମାଫିଆ ଙ୍କ ବିରୋଧ ରେ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା l
