LoC ନିକଟରେ ବିସ୍ଫୋରଣ, ୬ ଯବାନ ଆହତ

add-all

ସୀମା ନିକଟରେ ହେଲା ବିସ୍ଫୋରଣ। ଜମ୍ମୁ-କଶ୍ମୀରର ରଜୌରୀ ସ୍ଥିତ ନୌସେରା ସେକ୍ଟରରେ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ ହୋଇଛି। ଏଥିରେ ୬ ଜଣ ଯବାନ ଆହତ ହୋଇଛନ୍ତି। ଏଲ୍‌ଓସି ନିକଟ ନୌସେରା ନିକଟରେ ବିସ୍ଫୋରଣ ହୋଇଥିବା କୁହାଯାଉଛି।

ଅଧିକାରୀଙ୍କ ସୂଚନା ମୁତାବକ, ଭାରତୀୟ ସେନାର ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ନୌସେରା ସେକ୍ଟରର ଖାମ୍ବା ଦୁର୍ଗ ନିକଟରେ ସକାଳ ୧୦ଟା ୪୫ ସମୟରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଥିଲା। ଜଣେ ସୈନିକ ହଠାତ୍ ଲ୍ୟାଣ୍ଡମାଇନ୍ ଉପରେ ଭୁଲ୍‌ରେ ଚଢ଼ି ଯିବାରୁ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି।

ଆହତ ୬ ଯବାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି। ସୀମାପାର୍‌ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ନିୟନ୍ତ୍ରଣ ରେଖା ନିକଟରେ ଲ୍ୟାଣ୍ଡମାଇନ୍ ଲଗାଯାଏ, ଯାହା ବର୍ଷା ହେତୁ ବେଳେବେଳେ ଧୋଇଯାଏ, ଯାହାଫଳରେ ଏଭଳି ଦୁର୍ଘଟଣା ଘଟିଥାଏ ବୋଲି ଅଧିକାରୀମାନେ କହିଛନ୍ତି।

ad-week
Leave A Reply

Your email address will not be published.