୪୭ ବର୍ଷ ପରେ ବଦଳିଲା କଂଗ୍ରେସ ଠିକଣା, ଇନ୍ଦିରା ଭବନ ଉଦ୍‌ଘାଟିତ

add-all

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ଦଳ କଂଗ୍ରେସର ଠିକଣା ବଦଳିଯାଇଛି। ୪୭ ବର୍ଷ ପରେ କଂଗ୍ରେସର ଠିକଣା ବଦଳିଛି। ବୁଧବାର ନୂଆ ଘରେ ଗୃହ ପ୍ରବେଶ କରିଛି ଦଳ। ନୂଆଦିଲ୍ଲୀର ୯-ଏ କୋଟଲା ରୋଡ୍‌ ଏବେ କଂଗ୍ରେସର ନୂଆ ଠିକଣା ପାଲଟିଛି। ଏହା ପୂର୍ବରୁ କଂଗ୍ରେସ ମୁଖ୍ୟାଳୟ ଆକବର ରୋଡରେ ଥିଲା। ଦଳର ନୂତନ ମୁଖ୍ୟାଳୟକୁ ଆଜି ଉଦଘାଟନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ। ନୂଆ କାର୍ଯ୍ୟାଳୟର ନାମ ଇନ୍ଦିରା ଭବନ ରଖାଯାଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, ସାଂସଦ ରାହୁଲ ଗାନ୍ଧୀ, ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.