ପ୍ରାୟ ୪ ଲକ୍ଷ ଆୟକରଦାତା ରାସନ ନେଉଥିଲେ !

add-all

ଭୁବନେଶ୍ୱର : ରାସନ କାର୍ଡ ସମ୍ପର୍କରେ ଶନିବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ପ୍ରାୟ ୪ ଲକ୍ଷ ଆୟକରଦାତା ମଧ୍ୟ ରାସନ ନେଉଥିଲେ। ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆୟକରଦାତାଙ୍କୁ ରାସନକାର୍ଡରୁ ବାଦ୍‌ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରା ତଥ୍ୟ ସାମ୍ନାକୁ ଆସିଲେ ସେମାନଙ୍କୁ ରାସନ କାର୍ଡରୁ ବାଦ୍‌ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ରାସନ କାର୍ଡ ଆବେଦନ ନେଇ ଯୋଗାଣ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଇ-କେୱାଇସି ସରିବା ପରେ ନୂଆ ଆବେଦନ ପାଇଁ ପୋର୍ଟାଲ ଖୋଲିବ। ପ୍ରାୟ ୪୧ ଲକ୍ଷ ଏବେ ବି ଇ-କେୱାଇସି ଅପଡେଟ୍‌ କରିନାହାଁନ୍ତି। ଇ-କେୱାଇସି ପରେ କେତେ ଭୂତ ରାସନକାର୍ଡଧାରୀ ଅଛନ୍ତି, ତାହା ସ୍ପଷ୍ଟ ହେବ।

ad-week
Leave A Reply

Your email address will not be published.