ଅଣଗେଜେଟେଡ ବନସେବା ସଂଘର ଜିଲ୍ଲାସ୍ତରୀୟ ସମ୍ମିଳନୀ ଓ କର୍ମକର୍ତା ଚୟନ

add-all

ଓଡିଶା ଅଣ ଗେଜେଟେଡ଼ ବନ ସେବା ସଙ୍ଘର ନବମ ଦ୍ଵିବାର୍ଷିକ ସାଧାରଣ ଅଧିବେଶନ

ମାଲକାନଗିରି : ଆଜି ସ୍ଥାନୀୟ ହୋଟେଲ ରାଜଶ୍ରୀ ପ୍ୟାଲେସ ଠାରେ ଓଡିଶା ଅଣ ଗେଜେଟେଡ଼ ବନ ସେବା ସଙ୍ଘର ନବମ ଦ୍ଵିବାର୍ଷିକ ସାଧାରଣ ଅଧିବେଶନ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ପ୍ରସନ୍ନ କୁମାର ବେହେରା, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, କୋରାପୁଟ ରହିଥିବାବେଳେ ସଂମାନୀତ ଅତିଥି ଭାବେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କତ୍ତାପଲ୍ଲୀ ଅଂଶଗ୍ରହଣ କରିଥିଲେ । ବର୍ତ୍ତମାନ ସାରା ରାଜ୍ୟରେ୫୨ହଜାର୧୫୬ବର୍ଗ କିମି ଜଙ୍ଗଲ ରହିଥିବା ବେଳେ ଶେଷ ଆକଲନ ଅନୁଯାୟୀ ରାଜ୍ୟରେ ୫୩୭ ବର୍ଗ କିମି ବୃଦ୍ଧି ଘଟିଛି । ଏହି ଜଙ୍ଗଲ ବୃଦ୍ଧିରେ ବନକର୍ମୀ ଙ୍କ ବିଶେଷ ଅବଦାନ ରହିଥିବା ବେଳେ ବର୍ତ୍ତମାନ ରାଜ୍ୟରେ୧୬୦୦୦ ରୁ ଉର୍ଦ୍ଧ୍ବ ବଂସୁରକ୍ଷା ସମିତି,ଜାଇକା,କାମ୍ପା ଭଳି ବିଭିନ୍ନ ଯୋଜନାର ଆଗମନ ପରେ ଓଡ଼ିଶାର ବିଭିନ୍ନ ଅଂଚଳ ୩୩ ପ୍ରତିଶତ ଜଙ୍ଗଲ ରହିବା, ଜଙ୍ଗଲ ଜମି ଡାଇଭେର୍ସନ କଟକଣା, ହେରିଟେକ୍, ଓ କଲଚରକୁ ସୁରକ୍ଷିତ ରଖିବା ନିମନ୍ତେ ଗୁରୁତ୍ୱ ଦେଲେ ତଥାପି କର୍ମଚାରୀ ଅଭାବ ଯୋଗୁଁ ଜଙ୍ଗଲ ସୁରକ୍ଷା ସନ୍ତୋଷ ଜନକ ହୋଇ ପାରୁନାହିଁ ବୋଲି ଦାବି କରିଥିଲୋ ଅତିଥଇ ମାନେ ଜଙ୍ଗଲ କର୍ମଚାରୀଙ୍କ ଦାୟିତ୍ୱ ଓ କର୍ତବ୍ୟ ସମ୍ବନ୍ଧରେ ଅବଗତ କରିବା ସହ ଆଜି ଖାକି ପୋଷାକଧାରୀ ବନ କର୍ମଚରୀଙ୍କ ଯୋଗୁଁ ଓଡିଶାରେ ଜଙ୍ଗଲର ଅଭିବୃଦ୍ଧି ଘଟିଛି । ସଂଘର ଦାବି ଗୁଡିକୁ ଉଚ୍ଚ କର୍ତୁପକ୍ଷ ଓ ସରକାରଙ୍କ ନିକଟରେ ଉପସ୍ଥାପନ କରା ଯିବ ବୋଲି ମୁଖ୍ୟ ଅତିଥି ଶ୍ରୀ ବେରୋ ପ୍ରକାଶ କରିବା ସହ ନିଷ୍ଠାର ସହ ନିଜର କର୍ତବ୍ୟ କରିବା ପାଇଁ କହିଥିଲୋ ଅପରାହ୍ନରେ ଆଗାମୀ ଦୁଇବର୍ଷ ପାଇଁ ନୂତନ କର୍ମକର୍ତା ଚୟନ କରା ଯାଇଥିଲ।। ନିର୍ୱାଚନ ଅଧିକାରୀ ଭାବେ ରାଜ୍ୟ ସଭାପତି ଜଗବନ୍ଧୁ ପାତ୍ର, ମାଲକାନଗିରି ଜିଲ୍ଲା ପୂର୍ୱତନ ସଭାପତି ଅନିରୁଧ ଚୌଧୁରୀ, ଏବଂ ଶିବ ପ୍ରସାଦ ପାତ୍ରଙ୍କୁ ଦାୟିତ୍ୱ ଦିଆ ଯାଇଥିଲ।। ଆଗାମୀ ଦୁଇବର୍ଷ ପାଇଁ ସଭାପତି ଭାବେ ରାଜେଶ କୁମାର ସେଠୀ, ଉପସଭାପତି ସିଧାନ୍ତ କୁମାର ରାଉତ, ସମ୍ପାଦକ ଭାବେ ମନୋଜ କୁମାର ବିଶୋଇ, ଯୁଗ୍ମ ସମ୍ପାଦକ ଭାବେ ଦିପ୍ତିରଂଜନ ନାୟକ, ସହକାରୀ ସମ୍ପାଦକ ଭାବେ ଅନିତା କୁମାରୀ ନାୟକ, କୋଷାଧ୍ୟକ୍ଷ ଭାବେ ବାବୁରାମ ଦୁରୁଆ ମନୋନୀତ ହୋଇଥିଲୋ ରାଜ୍ୟ ସଭାପତି ଶ୍ରୀ ପାତ୍ର ସମସ୍ତଙ୍କୁ ଶପଥ ପାଠ କରାଇଥିଲେ ।

ad-week
Leave A Reply

Your email address will not be published.