ଚିଲିକାରେ ଫସିଲେ ୫୦ ଯାତ୍ରୀ

add-all

ବ୍ରହ୍ମଗିରି: ଚିଲିକା ଜଳରାଶିରେ ରବିବାର ଅପରାହ୍‌ଣରେ ଏକ ଯାତ୍ରୀବାହୀ ଡଙ୍ଗା ଅଟକି ଯାଇଛି। ଏହି ଅଘଟଣ ପାଇଁ ୫୦ ଜଣ ଯାତ୍ରୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଫସିଛନ୍ତି। ସେମାନଙ୍କୁ ଅନ୍ୟ ଡଙ୍ଗା ସାହାଯ୍ୟରେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଯାନ୍ତ୍ରିକ ତ୍ରୁଟି ପାଇଁ ଏହିଭଳି ପରିସ୍ଥିତି ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧିନ ଜହ୍ନିକୁଦା ଘାଟରୁ ସାତପଡ଼ା ଅଭିମୁଖେ ଏକ ଯାତ୍ରୀବାହୀ ଡଙ୍ଗା ବାହାରିଥିଲା। ଏଥିରେ ପ୍ରାୟ ୫୦ ଜଣ ଯାତ୍ରୀ ଓ ୨୦ଟି ବାଇକ୍‌ ରଖାଯାଇଥିଲା। ଦେଶୀ ଡ଼ଙ୍ଗାଟି ଯାତ୍ରା ଆରମ୍ଭ କରିବାର କିଛି ସମୟରେ ଯାନ୍ତ୍ରିକ ତ୍ରୁଟି ପାଇଁ ଅଟକି ଯାଇଥିଲା। ସେହି ସମୟରେ ଡ଼ଙ୍ଗାଟି ମଝି ଚିଲିକାର ମହିଷାଗାଁ ତଳିରେ ଫସି ରହିଥିଲା। ରିପୋର୍ଟ ଲେଖାଯିବା ବେଳକୁ ଚିଲିକା ମଝିରେ ଯାତ୍ରୀମାନେ ଫସି ରହିଥିଲା। ଅନ୍ୟ ମତ୍ସ୍ୟଜୀବୀ ଡ଼ଙ୍ଗା ଉଦ୍ଧାର ପାଇଁ ଉଦ୍ୟମ କରୁଛି। ଅନ୍ୟପଟରେ ପୀଡିତଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କର ଦେଖାନାହିଁ। ବାରମ୍ବାର ମଝି ଚିଲିକାରେ ଯାତ୍ରୀଙ୍କ ସହ ଡ଼ଙ୍ଗା ଫସି ରହୁଛି। କିନ୍ତୁ ପ୍ରଶାସନ ନିରବ ହୋଇ ବସିଛି।

ad-week
Leave A Reply

Your email address will not be published.